ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ବାଲେଶ୍ଵର ବନ୍ଦ କଲା ବିଜେଡି

0

ବାଲେଶ୍ୱର: ଏଫଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବୁଧବାର ସମଗ୍ର ବାଲେଶ୍ୱର ଜିଲ୍ଲାରେ ୮ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ। ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି। ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି।
ଶିକ୍ଷାନୁଷ୍ଠାନ ପାଖରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ ସବୁକିଛି ବନ୍ଦ କରାଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ଅବହେଳା ଏବଂ ସରକାରୀ ସ୍ତରରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି। ଛାତ୍ରୀଙ୍କ ଏପରି ମୃତ୍ୟୁ ବ୍ୟର୍ଥ ନ ଯାଇ ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛି ବିଜେଡି। ଛାତ୍ରୀଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଛନ୍ତି। ପ୍ଲାକାର୍ଡ ଧରି ନାରା ଲଗାଇଛନ୍ତି ବିଜେଡି କର୍ମୀ। ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ କରୁଛି ଦଳ।

ସେହିପରି ଦଳ ପକ୍ଷରୁ ଲୋକସେବା ଭବନ ମଧ୍ୟ ଘେରାଉ କରାଯିବ। ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛି ବିଜେଡି। ଏହି ବନ୍ଦ ପାଳନ ଦିନ ୨ ପର୍ଯ୍ୟନ୍ତ ରହିଛି। ସରକାର ଦାବି ନଶୁଣିଲେ ଆଗକୁ ରାଜ୍ୟବ୍ୟାପି ପ୍ରତିବାଦ କରିବାକୁ ଦଳ ଚେତାବନୀ ଦେଇଛି। ସେହିପରି ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।

Leave A Reply

Your email address will not be published.