ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା

0

ନ୍ୟୁଜ୍ ବ୍ୟୁରୋ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ପାଇଁ ଆସିଯାଇଛି ସେହି ଐତିହାସିକ ମୁହୂର୍ତ୍ତ। ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍‌-୪ ମିଶନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି। ଭାରତୀୟ ସମୟାନୁସାରେ, ମଙ୍ଗଳବାର ଦିନ ପ୍ରାୟ ୩ଟା ୧ରେ କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ତାଙ୍କ ଯାନ ସଫଳତାର ସହ ଅବତରଣ କରିଛି।
୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍‌-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।

ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ସିଓମ୍‌-୪ ମିଶନର ୩ ଅନ୍ୟ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍‌ସନ୍‌, ସ୍ଲାଓଜ୍‌ ଉଜ୍‌ନାନ୍‌ସ୍କି ଏବଂ ଟିବୋର କାପ ସୋମବାର ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟାରେ ସ୍ପେସ୍‌ ଏକ୍ସ’ର ଡ୍ରାଗନ ମହାକାଶଯାନ ଯୋଗେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଛାଡ଼ିଥିଲେ। ଦୀର୍ଘ ୧୮ ଦିନ ପରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଆଇଏସ୍‌ଏସ୍‌ରୁ ଅଲଗା ହୋଇଥିଲା। ୨୨ ଘଣ୍ଚାର ଯାତ୍ରା ପରେ ୪ ମହାକାଶଚାରୀ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ନ ୩ଟାରେ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ ବୋଲି ସୂଚନା ରହିଥିଲା।

ତେବେ ଆଇଏସ୍‌ଏସ୍‌ ଛାଡ଼ିବାର କିଛିଘଣ୍ଟା ପୂର୍ବରୁ ଶୁଭାଂଶୁ ସେଠାରେ ଏକ ଶୂନ୍ୟ ଗୁରୁତ୍ୱାକର୍ଷଣ ପରୀକ୍ଷଣକୁ ପ୍ରଦର୍ଶିତ କରିଥିଲେ। ଜଳ ମାଧ୍ୟମରେ କିପରି ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ଦୈନନ୍ଦିନ ପଦାର୍ଥ ବିଜ୍ଞାନକୁ ରୂପାନ୍ତରିତ କରୁଛି, ତାହା ସେ ଦର୍ଶାଇଥିଲେ। ଆକ୍ସିଓମ୍‌-୪ ମିଶନ ଅନ୍ତର୍ଗତ ଏହି ପରୀକ୍ଷଣରେ ଶୁଭାଂଶୁ ମହାକାଶରେ ଜଳର ଅନନ୍ୟ ଆଚରଣକୁ ବୁଝାଇଥିଲେ।

ଉଲ୍ଲେଖଯୋଗ୍ୟ, ଆମେରିକୀୟ ମହାକାଶ ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ମିଳିତ ଆକ୍ସିଓମ୍‌-୪ ମିଶନ ଯୋଗେ ଶୁଭାଂଶୁ ପ୍ରଥମ ଭାରତୀୟ ଭାବେ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ। ସେହିପରି ସେ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।

Leave A Reply

Your email address will not be published.