ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ସିଏସଆର ଟାଇମ୍ସ ସ୍ୱର୍ଣ୍ଣ ପୁରସ୍କାର

0

ଭୁବନେଶ୍ବର: ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ସିଏସଆର ଟାଇମ୍ସ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି। ଭାରତରେ ରୱାଣ୍ଡା ଗଣରାଜ୍ୟର ମାନ୍ୟବର ହାଇକମିଶନର ଶ୍ରୀମତୀ ଜ୍ୟାକଲିନ୍ ମୁକାଙ୍ଗିରା ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସିଏସଆର ସମ୍ମିଳନୀରେ ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ଏବଂ ଗୃପ ହେଡ୍  (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।  ଭାରତରେ ଭିଏତନାମର  ରାଷ୍ଟ୍ରଦୂତ ମାନ୍ୟବର ଗୁୟେନ ଥାନ ହାଇ, ମହିଳା ଏବଂ ଶିଶୁ ବିକାଶ ବିଭାଗ ସଚିବ ଡକ୍ଟର ରଶ୍ମି ସିଂହ (ଆଇଏଏସ୍), ରାଷ୍ଟ୍ରିୟ ରକ୍ଷା ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ମେଜର ଜେନେରାଲ୍ (ଡ.) ରମେଶ କେ ରାଇନା (ଅବସର ପ୍ରାପ୍ତ), ଦି ଆୱେର କଞ୍ଜ୍ୟୁମରର  ପ୍ରକାଶକ ଏବଂ ସମ୍ପାଦକ ପ୍ରଫେସର ବେଜନ୍ ମିଶ୍ର, ଏବଂ ଜୁରି ସଦସ୍ୟ ଏୟାର ମାର୍ଶାଲ ଶ୍ରୀ ଭି.ପି.ଏସ. ରାଣା, (ଅବସର ପ୍ରାପ୍ତ), ଜୁରି ସଦସ୍ୟ, ଏହି  କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଶୁ, ତୀରନ୍ଦାଜୀ, ଫୁଟବଲ୍, କ୍ରିକେଟ୍, କବାଡି, ହକି, ଖୋ ଖୋ ଏବଂ ଅନ୍ୟାନ୍ୟ ବିଭାଗରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ଅବଦାନ ନିମନ୍ତେ ଜିନ୍ଦଲ ଫାଉଣ୍ଡେସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କ୍ରୀଡା ଭିତ୍ତିଭୂମିର ସାମଗ୍ରିକ ବିକାଶ ଏବଂ ତୃଣମୂଳ ସ୍ତରର ପ୍ରତିଭାକୁ ଖୋଜିବା ସହିତ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ କ୍ରୀଡ଼ାବିତ ମାନଙ୍କୁ ବୃତ୍ତିଗତ କ୍ରୀଡା ତାଲିମ, ପୁଷ୍ଟିସାର ଖାଦ୍ୟ ସହାୟତା ଏବଂ ପରାମର୍ଶ ପ୍ରଦାନ କରାଯାଉଛି ।

ଏହି ପୁରସ୍କାର ପାଇଁ ଜୁରିଙ୍କୁ ଧନ୍ୟବାଦ ଜଣାଇ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଯୁବକଙ୍କୁ ନିଜ କ୍ରୀଡା କୌଶଳ ଦେଖାଇବାର ସୁଯୋଗ ମିଳିବା ଉଚିତ। କ୍ରୀଡା କେବଳ ଶାରୀରିକ ଉତ୍କର୍ଷତା ପାଇଁ ଏକ ପ୍ଲାଟଫର୍ମ ନୁହେଁ – ଏହା ସଶକ୍ତିକରଣ, ଶୃଙ୍ଖଳା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ । ସମାଜିକ ଓ ପାରିବାରିକ ପରିସ୍ଥିତିବାହାରକୁ ଯାଇ ସ୍ୱପ୍ନ ଦେଖୁଥିବା ଗ୍ରାମୀଣ ଭାରତର ଯୁବପିଢ଼ିଙ୍କ ପ୍ରତି ଆମେ ଏହି ପୁରସ୍କାରକୁ ଉତ୍ସର୍ଗ କରୁଛୁ।”

ଏହି ପୁରସ୍କାର ଗ୍ରହଣ କରି, ପ୍ରେସିଡେଣ୍ଟ ଏବଂ ଗୃପ ହେଡ୍  (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା କହିଛନ୍ତି, “ଜିନ୍ଦଲ ଫାଉଣ୍ଡେସନ, ଏହାର ଆଦର୍ଶ ଶ୍ରୀ ନବୀନ ଜିନ୍ଦଲ ଜୀଙ୍କ ଦୃଷ୍ଟିକୋଣରେ ଅନୁପ୍ରାଣିତ ହୋଇ  ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପ୍ରେରଣାଦାୟକ ନେତୃତ୍ୱରେ, ଅଲିମ୍ପିକ୍ସରେ ପଦକ ଜିତିବା ଲକ୍ଷ୍ୟରେ ଭବିଷ୍ୟତ ପାଇଁ କ୍ରୀଡ଼ାବିତଙ୍କୁ ପ୍ରସ୍ତୁତ କରୁଛି।” କ୍ରୀଡାବିତ୍ ତଥା ମାନ୍ୟବର ସାଂସଦ ଏବଂ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ, ଜିନ୍ଦଲ

ଫାଉଣ୍ଡେସନର କ୍ରୀଡା ପଦକ୍ଷେପଗୁଡ଼ିକ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଅନ୍ୟାନ୍ୟ ଅଞ୍ଚଳର ୪୦,୦୦୦ ରୁ ଅଧିକ ଯୁବକ ଯୁବତୀଙ୍କ ନିକଟରେ ପହଞ୍ଚି ପାରିଛି। ଫାଉଣ୍ଡେସନ ଦ୍ବାରା ପ୍ରୋତ୍ସାହିତ କ୍ରୀଡାବିତ ମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରି ସଫଳତା ହାସଲ କରିଛନ୍ତ। ଜିନ୍ଦଲ ଫାଉଣ୍ଡେସନ କୋଡ଼ିଏରୁ ଅଧିକ ଖେଳ ପଡ଼ିଆ, ତିନୋଟି କ୍ରୀଡା କମ୍ପ୍ଲେକ୍ସ ଏବଂ ପନ୍ଦରଟି ଗ୍ରାମୀଣ ଜିମ୍ ବିକାଶରେ ସହାୟତା କରିଛି। ଓଡ଼ିଶାର ବଡବିଲରେ ଆଦିବାସୀ ପିଲାମାନଙ୍କ ପାଇଁ ଏକ କ୍ରୀଡା ଛାତ୍ରାବାସ ମଧ୍ୟ ପ୍ରତିଷ୍ଠା କରିଛି। ଏହି ଛାତ୍ରାବାସର ଅନେକ ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ଉଶୁ ଟୁର୍ଣ୍ଣାମେଣ୍ଟରେ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।

ଜିନ୍ଦଲ ଫାଉଣ୍ଡେସନ ହେଉଛି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ସାମାଜିକ ବିକାଶ ଶାଖା, ଯାହା ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଏବଂ କ୍ରୀଡା ଭଳି କ୍ଷେତ୍ରରେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହାର ସାମଗ୍ରିକ ବିକାଶ ଲକ୍ଷ୍ୟରେ, ଫାଉଣ୍ଡେସନ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରିଛି ।

Leave A Reply

Your email address will not be published.