ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ଭାଇଙ୍କୁ ହତ୍ୟା

0

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା। ବଲିଉଡ୍ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇ ଅସିଫ କୁରେଶିଙ୍କୁ ପାର୍କିଂ ବିବାଦରେ ଦିଲ୍ଲୀରେ ହତ୍ୟା କରାଯାଇଛି। ସିସିଟିଭିରେ ଆକ୍ରମଣର ଦୃଶ୍ୟ କଏଦ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ହୁମା କୁରେଶିଙ୍କ ଭାଇ ପାର୍କଙ୍ଗ ବିବାଦରେ ହତ୍ୟା ୨ ଅଭିଯୁକ୍ତ ଗିରଫ।

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ହୁମାଙ୍କ ଭାଇ ଓରଫ ଆସିଫ୍‍ କ୍ୟୁରେଶିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ହତ୍ୟା ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏକ ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଜରୁଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଯୁବକମାନେ ଆସିଫ୍‍ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇ ଜଣ ଯୁବକ ଆସିଫ୍‍ଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ମାଡ ମାରୁଛନ୍ତି। କିଛି ଲୋକମାନେ ମଧ୍ୟ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଆସିଫ୍‍ ଙ୍କୁ ତଳେ ପକାଇ ମାରୁଛନ୍ତି। ଘଟଣାସ୍ଥଳରେ ଜୋରେ ପାଟିତୁଣ୍ଡ ହେଉଥିବା ଜଣାପଡିଛି।

ଗୁରୁବାର ବିଳମ୍ବିତ ରାତିରେ ଆସିଫ୍‍ ଘରକୁ ଫେରିବା ପରେ ଘର ସାମ୍ନାରେ ସ୍କୁଟି ଥିବାର ଦେଖି ପଡୋଶୀଙ୍କୁ ପଚାରିଥିଲେ। ହେଲେ ପଡୋଶୀ ଯୁବକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଳେ। ସୁଚିନ୍ତିତ ଭାବେ ଆସିଫ୍‍ଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.