ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନାଲରେ ଖସି ପଡ଼ିଲା ଯାତ୍ରୀବାହୀ ବସ, ୧୫ରୁ ଅଧିକ ଗୁରୁତର

0

କାମାକ୍ଷାନଗର: ହରାଇ କେନାଳକୁ ଓଲଟିଲା ଏକ ଘରୋଇ ଯାତ୍ରୀବାହୀ ବସ, ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା। ଏପରି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର, ତୁମୁସିଂହାର କନ୍ତି ଓ ପୁଟସାହି କେନାଳ ରାସ୍ତାରେ। ସମସ୍ତ ଆହାତଙ୍କୁ ସ୍ଥାନୀୟ ଆଁଅଣା ବେରଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାୟ ୭୦ ଯାତ୍ରୀଙ୍କୁ ନେଇ ଢେଙ୍କାନାଳ ପରଜଙ୍ଗରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ଘରୋଇ ବସ୍। ତୁମୁସିଂହାର କନ୍ତି ଓ ପୁଟସାହି କେନାଳ ରାସ୍ତାରେ ଯିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରେଙ୍ଗାଲି ଶାଖା କେନାଲ ଭିତରକୁ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀଙ୍କୁ ବସ ଭିତରୁ ସୁରକ୍ଷିତ ଉଦ୍ଧାର ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଆଁଅଣା ବେରଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ କାହାର ପ୍ରାଣହାନୀ ହୋଇନାହିଁ।

Leave A Reply

Your email address will not be published.