ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

0

ପୁରୀ: ପୁରୀ ଏକ ହୋଟେଲରୁ ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ର ଅନୁସାରେ, ଏହି ଦୁଇ ବ୍ୟକ୍ତି ପଶ୍ଚିମବଙ୍ଗରୁ ଆସି ପୁରୀ ଚକ୍ରତୀର୍ଥ ରୋଡ଼ସ୍ଥିତ ହୋଟେଲରେ ଦୁଇ ଦିନ ପୂର୍ବେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ଦୁଇ ଦିନ ଆଗରୁ ଆତ୍ମହତ୍ୟା କରିଥାଇପାରନ୍ତି। ତେବେ, ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହୋଟେଲ କର୍ମଚାରୀଙ୍କ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୁମରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପୁଲିସ ଏକ ଅପମୃତ୍ୟୁ (ୟୁଡି) ମାମଲା ରୁଜୁ କରି ମୃତଦେହର ପରିଚୟ ଓ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ତଦନ୍ତ ଚଲାଇଛି।

Leave A Reply

Your email address will not be published.