ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କଠୁଆରେ ବାଦଲ ଫଟା ବର୍ଷା: ୭ ମୃତ

0

ଜମ୍ମୁ ଓ କାଶ୍ମୀର: କଠୁଆରେ ପ୍ରାକୃତିକ ବିପର୍ଯୟ। ବାଦଲ ଫଟା ବର୍ଷାରେ କଠୁଆରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଥିବା ବେଳେ ଏବେ ପ୍ରକୃତିର ଭୟଙ୍କର ରୂପ ଦେଖୁଛନ୍ତି କଠୁଆବାସୀ।

ରବିବାର ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ସକାଳରୁ ବାଦଲ ଫଟା ବର୍ଷା ଆରମ୍ଭ ହୋଇ ଯାଇଥିଲା। ପ୍ରବଳ ବର୍ଷାରେ ଗୋଟିଏ ଗାଁ ଭାସି ଯାଇଥିଲା। ଏ ସମ୍ପର୍କରେ ରବିବାର ଦିନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ରାଜବାଗର ଯୋଡ ଘାଟି ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା। ବର୍ଷା ଯୋଗୁ ଗାଁକୁ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି। ଏଥି ସହିତ ଗାଁର ଜମିବାଡି ଧୋଇ ଯାଇଛି। ଘର ଭାଙ୍ଗିି ଯାଇଛି। ଏସଡିଆରଆଫ ଟିମ ସହ ରାଜ୍ୟ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.