ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କଠୁଆରେ ବାଦଲ ଫଟା ବର୍ଷା: ୭ ମୃତ

0

ଜମ୍ମୁ ଓ କାଶ୍ମୀର: କଠୁଆରେ ପ୍ରାକୃତିକ ବିପର୍ଯୟ। ବାଦଲ ଫଟା ବର୍ଷାରେ କଠୁଆରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଥିବା ବେଳେ ଏବେ ପ୍ରକୃତିର ଭୟଙ୍କର ରୂପ ଦେଖୁଛନ୍ତି କଠୁଆବାସୀ।

ରବିବାର ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ସକାଳରୁ ବାଦଲ ଫଟା ବର୍ଷା ଆରମ୍ଭ ହୋଇ ଯାଇଥିଲା। ପ୍ରବଳ ବର୍ଷାରେ ଗୋଟିଏ ଗାଁ ଭାସି ଯାଇଥିଲା। ଏ ସମ୍ପର୍କରେ ରବିବାର ଦିନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ରାଜବାଗର ଯୋଡ ଘାଟି ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା। ବର୍ଷା ଯୋଗୁ ଗାଁକୁ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି। ଏଥି ସହିତ ଗାଁର ଜମିବାଡି ଧୋଇ ଯାଇଛି। ଘର ଭାଙ୍ଗିି ଯାଇଛି। ଏସଡିଆରଆଫ ଟିମ ସହ ରାଜ୍ୟ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.