ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଶିଶୁ ଓ ମହିଳାମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ଉନ୍ନତି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷକରି, ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଉପଯୁକ୍ତ ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ଯୋଜନାରେ ମୋଟ ୪୩ ଲକ୍ଷ ୯୨ ହଜାର ୭୦୦ ହିତାଧିକାରୀଙ୍କୁ ବିଭିନ୍ନ ପୁଷ୍ଟି ଯୋଜନା ଅଧିନରେ ଟେକ୍-ହୋମ୍‌-ରେସନ୍‌ ରେ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଛି। ରାଜ୍ୟର ୫୪୬ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଛତୁଆ ଉତ୍ପାଦନ କରାଯାଇ ସେଗୁଡିକର ବଣ୍ଟନ କରାଯାଉଛି। ଅପପୁଷ୍ଟି ରୋକିବା ପାଇଁ ପରିପୂରକ ପୁଷ୍ଟି ଯୋଜନା (SNP), କିଶୋରୀ ବାଳିକାଙ୍କ ପୁଷ୍ଟି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଛତୁଆର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ୟାକେଜିଂ, ବଣ୍ଟନ ପର୍ଯ୍ୟନ୍ତ ପୁରା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ରାଜ୍ୟର ବିକାଶ ପାଇଁ ସବୁଠାରୁ ଅଧିକ ଜରୁରୀ। ଏଥିରେ କୌଣସି ପରିସ୍ଥିତିରେ ଅଣଦେଖା କରି ହେବ ନାହିଁ। ତେଣୁ ଏହି ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ଉତ୍ତମ ତଦାରଖ ଓ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ଯେପରି ମୁକାବିଲା କରିପାରିବେ, ବିଭିନ୍ନ ପରିସ୍ଥିତିରେ ସେମାନଙ୍କ ମନୋବଳ ଯେପରି ଦୃଢ ରହିବ ସେଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏଥି ସହିତ ଯେଉଁ ସବୁ ଜାଗାରେ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, ସେସବୁ ଜାଗାରେ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଆବଶ୍ୟକସ୍ଥଳେ ଅଙ୍ଗନବାଡୀ କେନ୍ଦ୍ର ପାଇଁ ଜମି କିଣିବା ପାଇଁ ବିଭାଗକୁ କହିଥିଲେ। ଏଥି ସହିତ ପୁରୁଣା ଅଙ୍ଗନବାଡୀ କେନ୍ଦ୍ର ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଓମ୍ବାଡସି ଓ ଡି.ଏମ୍.ଏଫ୍ ଜିଲ୍ଲା ଗୁଡିକରେ ଶତ ପ୍ରତିଶତ ଅଙ୍ଗନବାଡୀର ନିଜସ୍ୱ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ଏଥିପାଇଁ ଏହି ଦୁଇ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ। ଅଙ୍ଗନବାଡୀ କେନ୍ଦ୍ରର ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ଓ ଜୋତା ଯୋଗାଣରେ ରାଜ୍ୟର କ୍ଷୁଦ୍ର ଶିଳ୍ପ ଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.