ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ

0

ଛତିଶଗଡ଼: ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଲାଣ୍ଡମାଇନ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ। ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ମାଓବାଦୀ ଏହି ବିସ୍ଫୋରଣ କରିଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡ଼ିଛି।

ଏହି ଘଟଣାଟି ସେହି ଅଞ୍ଚଳରେ ଉପସ୍ଥିତ ଥିବା ସନ୍ଦେହ କରାଯାଉଥିବା ମାଓବାଦୀଙ୍କ ବିରୋଧରେ ଏକ ଅଭିଯାନ ସମୟରେ ଘଟିଥିବା ନଇ ଆଇଜି (ବସ୍ତର ରେଞ୍ଜ) ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ସନ୍ଦେହ କରାଯାଉଛି ଯେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ପାଇଁ ଯୋଜନା କରିଥିଲେ। ଅପରେସନ୍ ଏବେ ବି ଜାରି ରହିଛି ଏବଂ ଅଧିକ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଇଡି ଲଗାଇଥିବା ନେଇ ସନ୍ଦେହକରାଯାଉଛି।

ଜଙ୍ଗଲ ଅଞ୍ଚଳରେ ଗତି କରିବା ସମୟରେ ସୁରକ୍ଷାକର୍ମୀମାନେ ସତର୍କତା ଅବଲମ୍ବନ କରୁଛନ୍ତି। ପୂର୍ବରୁ, ଅଗଷ୍ଟ ୧୪ ତାରିଖରେ, ଛତିଶଗଡ଼ର ମୋହଲା-ମନପୁର-ଅମ୍ବଗଡ଼ ଚୌକି ଜିଲ୍ଲାରେ ଏକ ଏନକାଉଣ୍ଟ ସମୟରେ ସୁରକ୍ଷା ବାହିନୀ ୧.୧୬ କୋଟି ଟଙ୍କାର ମିଳିତ ପୁରସ୍କାର ବହନ କରୁଥିବା ଦୁଇ ମାଓବାଦୀଙ୍କୁ ନିହତ କରିଥିଲେ।

Leave A Reply

Your email address will not be published.