ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକକାଳୀନ ତିନୋଟି ସ୍କୁଲକୁ ବୋମା ବିସ୍ପୋରଣ ଧମକ ମିଳିଛି । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ ପ୍ରଶାସନକୁ ବୋମା ଧମକ ମିଳିବା ମାତ୍ରେ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ, ବୋମା ସ୍କ୍ୱାଡ୍ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି, ସ୍କୁଲ ପରିସରକୁ ତୁରନ୍ତ ଖାଲି କରାଯାଇଛି। ବର୍ତ୍ତମାନ, ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି।

ସୋମବାର ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍) ଦ୍ୱାରକା, ମଡର୍ଣ୍ଣ କନଭେଣ୍ଟ ସ୍କୁଲ ଦ୍ୱାରକା ଏବଂ ଗ୍ରେଟର କୈଳାସରେ ଥିବା ବ୍ଲୁ ବେଲ୍ସ ସ୍କୁଲକୁ ବୋମା ଧମକ ଫୋନ୍ କଲ୍ ଆସିଥିଲା। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଦ୍ୱାରକାରେ ଆଜି ଏକ ବୋମା ଧମକ କଲ୍ ଆସିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, କର୍ତ୍ତୃପକ୍ଷ ସ୍କୁଲ ପରିସରକୁ ଖାଲି କରିଦେଇଛନ୍ତି। ସନ୍ଧାନ ପାଇଁ ଘଟଣାସ୍ଥଳକୁ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ୍ସରେ ଲେଖିଛନ୍ତି, “ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଦ୍ୱାରକା ଏବଂ ଦ୍ୱାରକାର ଅନେକ ସ୍କୁଲକୁ ଆଜି ପୁଣି ଥରେ ବୋମା ଧମକ ମିଳିଛି। ଦିଲ୍ଲୀର ସ୍କୁଲଗୁଡ଼ିକୁ ବାରମ୍ବାର ଧମକ ମିଳୁଛି କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ ଧରାଯାଇ ନାହିଁ, କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଫଳ ହୋଇଛି।” ଜୁଲାଇ ମାସର ଆରମ୍ଭରେ, ଦିଲ୍ଲୀର ୨୦ ରୁ ଅଧିକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା।

Leave A Reply

Your email address will not be published.