ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ

0

ଭୁବନେଶ୍ବର: ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ଆଉ ଦୁଇ ଅଭିଯୁକ୍ତ ରିମାଣ୍ଡକୁ ଯିବେ। ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଆଜି ରିମାଣ୍ଡରେ ଆସିବେ। ଚୌଦ୍ଵାର ଜେଲ୍‌ରୁ ବଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ।ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ। କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ।

ଏବେ ବି ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢେ ତିନି ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା। ରାମ୍‌ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି।

Leave A Reply

Your email address will not be published.