ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

0

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜବତ କଲା ଡିଆରଆଇ। ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ। ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ। ଏହି ୨ ଜଣ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ ମାରିଜୁଆନା ।

ଏହି ନିଶାଦ୍ରବ୍ୟ ବ୍ୟାଙ୍କକ୍‌ର କେଉଁ ସ୍ଥାନରୁ ଭୁବନେଶ୍ୱରର କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାକୁ ନେଇ ଖୋଳତାଡ଼ କରୁଛି ପୁଲିସ।
ସେହିପରି ଅଗଷ୍ଟ ୨ ତାରିଖରେ ଥାଇଲାଣ୍ଡରୁ ଚାଲାଣ ବେଳେ କଷ୍ଟମ ବିଭାଗର ହାତରେ ଲାଗିଥିଲା ୮ କେଜିର ମାରିଜୁଆନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ। ଏହା ବ୍ୟାଙ୍କକରୁ ଆସୁଥିଲା। କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା। ଯୁବକ ଜଣଙ୍କ ଗୁଜୁରାଟ ଅହମ୍ମଦାବାଦର ବୋଲି ଜଣାପଡିଛି।

Leave A Reply

Your email address will not be published.