ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରତୀକ ସିଂ

0

ପୁରୀ: ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂ। ଲକ୍ଷ୍ମୀ ମନ୍ଦିରରେ ଭକ୍ତଙ୍କୁ ପିଠା ବାଣ୍ଟିଲେ ନୂଆ ଏସପି । ମହାପ୍ରଭୁଙ୍କ ଦର୍ଶନ ପରେ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଧନ୍ୟ ହୋଇଛି ବୋଲି କହିଛନ୍ତି ପୁରୀର ନୂଆ ଏସପି ପ୍ରତୀକ ସିଂ।

ନୂଆ ଏସପି ଭାବରେ ଯୋଗଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ସହ ଟୁରିଷ୍ଟ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିଛି ବୋଲି ସେ କହିଛନ୍ତି। ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇବାକୁ ସରକାର ଦାୟିତ୍ଵ ଦେଇଛନ୍ତି। ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଭଲ କାମ କରିବାକୁ ଲକ୍ଷ ରହିଛି। ପୁରୀ ପୋଲିସ ଟିମ୍ ଠାରୁ ଜାଣିବାର ଶିଖିବାର ଅଛି କହିଛନ୍ତି ଏସପି। ଭକ୍ତଙ୍କ ଦର୍ଶନ ଶୃଙ୍ଖଳା, ନୀତି କାନ୍ତି ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଓ ସେବା ଦେବା ଲକ୍ଷ ରହିବ। ପୁରୀ ଭଳି ସ୍ଥାନରେ ଉଭୟ ଦର୍ଶନାର୍ଥୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ନୂଆ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ରଥଯାତ୍ରା ସମୟରେ ପୁରୀରେ ଅନେକ ଥର ଡ୍ୟୁଟି କରି ସାରିଛନ୍ତି, ତେଣୁ ରୋଡ ମ୍ୟାପ ପ୍ରସ୍ତୁତ କରିବା ଟା ପ୍ରତୀକ ସିଂଙ୍କ ଅନୁଭୁତି ସମ୍ପନ୍ନ ହୋଇପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.