ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରତୀକ ସିଂ

0

ପୁରୀ: ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂ। ଲକ୍ଷ୍ମୀ ମନ୍ଦିରରେ ଭକ୍ତଙ୍କୁ ପିଠା ବାଣ୍ଟିଲେ ନୂଆ ଏସପି । ମହାପ୍ରଭୁଙ୍କ ଦର୍ଶନ ପରେ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଧନ୍ୟ ହୋଇଛି ବୋଲି କହିଛନ୍ତି ପୁରୀର ନୂଆ ଏସପି ପ୍ରତୀକ ସିଂ।

ନୂଆ ଏସପି ଭାବରେ ଯୋଗଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ସହ ଟୁରିଷ୍ଟ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିଛି ବୋଲି ସେ କହିଛନ୍ତି। ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇବାକୁ ସରକାର ଦାୟିତ୍ଵ ଦେଇଛନ୍ତି। ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଭଲ କାମ କରିବାକୁ ଲକ୍ଷ ରହିଛି। ପୁରୀ ପୋଲିସ ଟିମ୍ ଠାରୁ ଜାଣିବାର ଶିଖିବାର ଅଛି କହିଛନ୍ତି ଏସପି। ଭକ୍ତଙ୍କ ଦର୍ଶନ ଶୃଙ୍ଖଳା, ନୀତି କାନ୍ତି ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଓ ସେବା ଦେବା ଲକ୍ଷ ରହିବ। ପୁରୀ ଭଳି ସ୍ଥାନରେ ଉଭୟ ଦର୍ଶନାର୍ଥୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ନୂଆ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ରଥଯାତ୍ରା ସମୟରେ ପୁରୀରେ ଅନେକ ଥର ଡ୍ୟୁଟି କରି ସାରିଛନ୍ତି, ତେଣୁ ରୋଡ ମ୍ୟାପ ପ୍ରସ୍ତୁତ କରିବା ଟା ପ୍ରତୀକ ସିଂଙ୍କ ଅନୁଭୁତି ସମ୍ପନ୍ନ ହୋଇପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.