ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ

0

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ। ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ ହୋଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି।

ରାତି ଗୋଟେରେ ସ୍ବାମୀ ଘରକୁ ପଶିବା ଘଟଣାରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ। ଅର୍ଚ୍ଚନା କହିଛନ୍ତି, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଡାକିଲୁ, ପୋଲିସ ଆଗରେ ଜଗବନ୍ଧୁ ମୋ ଫୋନଟକୁ ଛେଚି ଦେଲା ମୋ ଚୁଟି ଘୋଷାଡ଼ି ମୋତେ ମାଡ଼ ମାରିଲା ବୋଲି ଅର୍ଚ୍ଚନା କହିଛନ୍ତି।

ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ ହୋଇଛି। ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ। ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିିଁକି ଆସିଲ ବୋଲି ପଚାରିଥିଲେ। ଏପିରିକି ପିସିଆର ଡାକିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.