ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ନେପାଳରେ ଫସିଛନ୍ତି ଶତାଧିକ ଓଡିଆ

0

ନେପାଳ: ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ କାଠମାଣ୍ଡୁରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ସେଥିରେ ଅଛନ୍ତି ଶତାଧିକ ଓଡିଆ। ଏଥିରେ ଯାଜପୁରର ୨୩ ଜଣ ପର୍ଯ୍ୟଟକ ଥିବା ଜଣାପଡିଛି।

ଏମାନେ ସମସ୍ତେ ଚଳିତ ମାସ ୪ ତାରିଖରେ ନେପାଳ ଯାଇଥିଲେ। ଆସନ୍ତା ୧୨ ତାରିଖ ଅର୍ଥାତ ଆଉ ଦିନକ ପରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ନେପାଳର ଶେଖର ଟୁର ଆଣ୍ଡ ସର୍ଭିସର ଓଡିଶା ମ୍ଯାନେଜର ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏମାନେ ନେପାଳ ଭ୍ରମଣରେ ଯାଇଛନ୍ତି। ତେବେ ହଠାତ ନେପାଳ ଅଶାନ୍ତ ହୋଇଯିବାରୁ ଏମାନେ ସେଠାରେ ଫସିଯାଇଛନ୍ତି। ଓଡି଼ଶା ଫେରିବା ନେଇ ସମସ୍ତେ ଭୟ ଓ ଆଶଂକା ଭିତରେ ହୋଟେଲରେ ଦିନ ବିତାଉଛନ୍ତି।

Leave A Reply

Your email address will not be published.