ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦଳରୁ ନିଲମ୍ବିତ ହେବା ପରେ ଇସ୍ତଫା ଦେଲେ ପ୍ରଫୁଲ୍ଲ ମଲ୍ଲିକ

0

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦ୍ୱାରା କରାଯାଇଛି।

ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡିକୁ ଚେତାବନୀ ଦେଇ କହିଥିଲେ କି, ଦଳ ଯଦି ଠିକ ଢଙ୍ଗରେ ନ ଚାଲିଲେ ତେବେ ସେ ଦଳରୁ ଦୂରେଇଯିବେ। ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୂର୍ବ ବିଚାର ଧାରାରେ ଦଳ ନାହିଁ ବୋଲି କହିଥିଲେ ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ସେ ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ନିଲମ୍ବିତ ହେବା ପରେ ପ୍ରପୁଲ୍ଲ କହିଛନ୍ତି ଯେ ମୁଁ ବିଜୁ ଜନତା ଦଳରେ ବହୁ ଦିନ ହେଲା କାର୍ଯ୍ୟ କରୁଥିଲି। ଦଳରୁ ବିଧାୟକ ହେବା ସହ ମନ୍ତ୍ରୀ ହୋଇଥିଲି, ମୋତେ କାମ କରିବାକୁ ସୁଯୋଗ ଦେଇଥିବାରୁ ସେଥିପାଇଁ ମୋ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଉଛି। କିନ୍ତୁ ବ୍ୟକ୍ତିଗତ କାରଣରୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବେ ବୋଲି କହିଛନ୍ତିି ଫ୍ରଫୁଲ୍ଲ।

Leave A Reply

Your email address will not be published.