ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଦଳରୁ ନିଲମ୍ବିତ ହେବା ପରେ ଇସ୍ତଫା ଦେଲେ ପ୍ରଫୁଲ୍ଲ ମଲ୍ଲିକ

0

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦ୍ୱାରା କରାଯାଇଛି।

ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡିକୁ ଚେତାବନୀ ଦେଇ କହିଥିଲେ କି, ଦଳ ଯଦି ଠିକ ଢଙ୍ଗରେ ନ ଚାଲିଲେ ତେବେ ସେ ଦଳରୁ ଦୂରେଇଯିବେ। ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୂର୍ବ ବିଚାର ଧାରାରେ ଦଳ ନାହିଁ ବୋଲି କହିଥିଲେ ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ସେ ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ନିଲମ୍ବିତ ହେବା ପରେ ପ୍ରପୁଲ୍ଲ କହିଛନ୍ତି ଯେ ମୁଁ ବିଜୁ ଜନତା ଦଳରେ ବହୁ ଦିନ ହେଲା କାର୍ଯ୍ୟ କରୁଥିଲି। ଦଳରୁ ବିଧାୟକ ହେବା ସହ ମନ୍ତ୍ରୀ ହୋଇଥିଲି, ମୋତେ କାମ କରିବାକୁ ସୁଯୋଗ ଦେଇଥିବାରୁ ସେଥିପାଇଁ ମୋ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଉଛି। କିନ୍ତୁ ବ୍ୟକ୍ତିଗତ କାରଣରୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବେ ବୋଲି କହିଛନ୍ତିି ଫ୍ରଫୁଲ୍ଲ।

Leave A Reply

Your email address will not be published.