ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୪୦ କୋଟି ବ୍ୟୟରେ ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା

0

ଭୁବନେଶ୍ବର: ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଏଥିଲାଗି ଜମି ଚିହ୍ନଟ ସରିଛି। ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ନିର୍ମାଣ ହେଉଛି। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି।

ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ ଟି ସ୍ଥାନରେ ଗୋଶାଳା କରାଯାଉଛି। ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ ପ୍ରାଣ ହରାଉଛନ୍ତି। ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.