ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ

0

କନ୍ଧମାଳ: ହଷ୍ଟେଲରେ ଅଘଟଣ। ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ ।

ସେବାଶ୍ରମ ହଷ୍ଟେଲରେ ରାତିରେ ଶୋଇଥିବା ବେଳେ କିଛି ଛାତ୍ର, ଅନ୍ୟ ୮ ଜଣ ଛାତ୍ରଙ୍କ ଆଖିରେ ଫେଭିକ୍ବିକ୍ ଅଠା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ପୀଡିତ ପିଲାମାନେ ଯନ୍ତ୍ରଣାରେ କାନ୍ଦି ଉଠିବା ଏବଂ ଆଖି ଖୋଲି ନ ପାରିବାରୁ ଘଟଣାଟି ଜଣାପଡ଼ିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଏବଂ ସାଥୀ ଛାତ୍ରମାନେ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପଠାଇଥିଲେ। ପିଲାମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଉପରେ କଡ଼ା ଡାକ୍ତରୀ ତତ୍ତ୍ୱାବଧାନ ରହିଛି ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.