ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କ୍ଷୀର ଅପମିଶ୍ରଣ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

0

କଟକ: କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଶନିବାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟର ମାଷ୍ଟରମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ।

ଗତ ସେପ୍ଟେମ୍ବର ୧୦ରେ ସୂଚନା ପାଇ ପୋଲିସ କୁସୁପାଙ୍ଗିରେ ଏକ କ୍ଷୀର ଟ୍ୟାଙ୍କର ଉପରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ କ୍ଷୀର ଜବତ କରିଥିଲା। ଏହି କ୍ଷୀରକୁ କଟକର ଏକ କାରଖାନାକୁ ପରିବହନ କରାଯାଉଥିବା ନେଇ ଜଣାପଡ଼ିଥିଲା। ଚଢାଉ ସମୟରେ ଟ୍ୟାଙ୍କରର ଡ୍ରାଇଭର, ହେଲପର କ୍ଷୀର ଏବଂ ସମ୍ପୃକ୍ତ ରାସାୟନିକ ପଦାର୍ଥ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥିରେ ସାମିଲ ଥିବା ମାଷ୍ଟରମାଇଣ୍ଡ ପ୍ରକାଶ ଖୁଣ୍ଟିଆ ଜଣେ ହୋଟେଲ ମାଲିକ ବୋଲି ଚିହ୍ନଟ କରାଯାଇଛି। ଏଥିସହିତ ତାଙ୍କ ସହଯୋଗୀଙ୍କ ନାମ ସୁଧୀର ତିୱାରୀ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଦୁହେଁ କ୍ଷୀରରେ ପାଉଡର ଏବଂ ରାସାୟନିକ ପଦାର୍ଥ ମିଶାଉଥିଲେ। ଏହି ସମସ୍ତ କାର୍ଯ୍ୟ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁସୁପାଙ୍ଗି ନିକଟରେ ଥିବା ହୋଟେଲ ପଛପଟ ଏକ ସ୍ଥାନରେ କରାଯାଉଥିବା ନେଇ ତଦନ୍ତରୁ ଜଣାପଡ଼ିଛି। ସମ୍ବଲପୁରରୁ କ୍ଷୀର ଅଣାଯାଇ ପରେ ଏହାକୁ ଏକ ପ୍ରତିଷ୍ଠିତ କମ୍ପାନୀକୁ ପଠାଯାଉଥିଲା।

Leave A Reply

Your email address will not be published.