ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ

0

କନ୍ଧମାଳ: ହଷ୍ଟେଲରେ ଅଘଟଣ। ଆଖିରେ ଫେଭିକ୍ବିକ୍ ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ ।

ସେବାଶ୍ରମ ହଷ୍ଟେଲରେ ରାତିରେ ଶୋଇଥିବା ବେଳେ କିଛି ଛାତ୍ର, ଅନ୍ୟ ୮ ଜଣ ଛାତ୍ରଙ୍କ ଆଖିରେ ଫେଭିକ୍ବିକ୍ ଅଠା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ପୀଡିତ ପିଲାମାନେ ଯନ୍ତ୍ରଣାରେ କାନ୍ଦି ଉଠିବା ଏବଂ ଆଖି ଖୋଲି ନ ପାରିବାରୁ ଘଟଣାଟି ଜଣାପଡ଼ିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଏବଂ ସାଥୀ ଛାତ୍ରମାନେ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପଠାଇଥିଲେ। ପିଲାମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଉପରେ କଡ଼ା ଡାକ୍ତରୀ ତତ୍ତ୍ୱାବଧାନ ରହିଛି ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.