ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

କ୍ଷୀର ଅପମିଶ୍ରଣ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

0

କଟକ: କ୍ଷୀର ଅପମିଶ୍ରଣ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଶନିବାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟର ମାଷ୍ଟରମାଇଣ୍ଡ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ।

ଗତ ସେପ୍ଟେମ୍ବର ୧୦ରେ ସୂଚନା ପାଇ ପୋଲିସ କୁସୁପାଙ୍ଗିରେ ଏକ କ୍ଷୀର ଟ୍ୟାଙ୍କର ଉପରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ କ୍ଷୀର ଜବତ କରିଥିଲା। ଏହି କ୍ଷୀରକୁ କଟକର ଏକ କାରଖାନାକୁ ପରିବହନ କରାଯାଉଥିବା ନେଇ ଜଣାପଡ଼ିଥିଲା। ଚଢାଉ ସମୟରେ ଟ୍ୟାଙ୍କରର ଡ୍ରାଇଭର, ହେଲପର କ୍ଷୀର ଏବଂ ସମ୍ପୃକ୍ତ ରାସାୟନିକ ପଦାର୍ଥ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥିରେ ସାମିଲ ଥିବା ମାଷ୍ଟରମାଇଣ୍ଡ ପ୍ରକାଶ ଖୁଣ୍ଟିଆ ଜଣେ ହୋଟେଲ ମାଲିକ ବୋଲି ଚିହ୍ନଟ କରାଯାଇଛି। ଏଥିସହିତ ତାଙ୍କ ସହଯୋଗୀଙ୍କ ନାମ ସୁଧୀର ତିୱାରୀ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଦୁହେଁ କ୍ଷୀରରେ ପାଉଡର ଏବଂ ରାସାୟନିକ ପଦାର୍ଥ ମିଶାଉଥିଲେ। ଏହି ସମସ୍ତ କାର୍ଯ୍ୟ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁସୁପାଙ୍ଗି ନିକଟରେ ଥିବା ହୋଟେଲ ପଛପଟ ଏକ ସ୍ଥାନରେ କରାଯାଉଥିବା ନେଇ ତଦନ୍ତରୁ ଜଣାପଡ଼ିଛି। ସମ୍ବଲପୁରରୁ କ୍ଷୀର ଅଣାଯାଇ ପରେ ଏହାକୁ ଏକ ପ୍ରତିଷ୍ଠିତ କମ୍ପାନୀକୁ ପଠାଯାଉଥିଲା।

Leave A Reply

Your email address will not be published.