ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର

0

ଭୁବନେଶ୍ବର: ଦରମା ମିଳିବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର। ସୋମବାର ଦରମା ମିଳିବ ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ ଆମ ବସ୍ ଡ୍ରାଇଭର।

ଖବରମୁତାବକ,ଆମ ବସ୍‌ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ। ସେମାନଙ୍କ କହିଥିଲେ ଯେ ପ୍ରତିମାସ ୧ରୁ ୧୦ ତାରିଖ ମଧ୍ୟରେ ଦରମା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ତାରିଖ ମଧ୍ୟରେ ଦରମା ଦିଆଯାଉ ନାହିଁ। କେତେବେଳେ ବି ଠିକ୍ ସମୟରେ ଦରମା ଦିଆଯାଉ ନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି।

Leave A Reply

Your email address will not be published.