ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର

0

ଭୁବନେଶ୍ବର: ଦରମା ମିଳିବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର। ସୋମବାର ଦରମା ମିଳିବ ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲେ ଆମ ବସ୍ ଡ୍ରାଇଭର।

ଖବରମୁତାବକ,ଆମ ବସ୍‌ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ। ସେମାନଙ୍କ କହିଥିଲେ ଯେ ପ୍ରତିମାସ ୧ରୁ ୧୦ ତାରିଖ ମଧ୍ୟରେ ଦରମା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ତାରିଖ ମଧ୍ୟରେ ଦରମା ଦିଆଯାଉ ନାହିଁ। କେତେବେଳେ ବି ଠିକ୍ ସମୟରେ ଦରମା ଦିଆଯାଉ ନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି।

Leave A Reply

Your email address will not be published.