ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଭୁବନେଶ୍ୱରରୁ ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା

0

ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। ସନ୍ଦେହରେ ପୋଲିସ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟରତ କିରାଣୀ। କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି।
ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏହାସହ ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ନେଇଥିବାର ଏକ ଫୋଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଜୁଆଲ୍ ଆଧାରରେ ଦୀପକୁ ଅଟକ ରଖିଛି ପୋଲିସ। ଗତ ୬ ତାରିଖରୁ ନିଖୋଜ ଅଛନ୍ତି ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ। କୁହାଯାଉଛି ପୁରୁଣ ବନ୍ଧୁ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଛି। ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ। ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୋଲିସ।

ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ। କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.