ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଭୁବନେଶ୍ୱରରୁ ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା

0

ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। ସନ୍ଦେହରେ ପୋଲିସ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟରତ କିରାଣୀ। କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି।
ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏହାସହ ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ନେଇଥିବାର ଏକ ଫୋଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଜୁଆଲ୍ ଆଧାରରେ ଦୀପକୁ ଅଟକ ରଖିଛି ପୋଲିସ। ଗତ ୬ ତାରିଖରୁ ନିଖୋଜ ଅଛନ୍ତି ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ। କୁହାଯାଉଛି ପୁରୁଣ ବନ୍ଧୁ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଛି। ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ। ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୋଲିସ।

ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ। କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.