ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ମାଟିତଳୁ ମିଳିଲା ମହିଳା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

0

କେନ୍ଦୁଝର: ମାଟିତଳୁ ବାହାରିଲା ଶୁଭମିତ୍ରାଙ୍କ ମୃତଦେହ। ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ।

ସୂଚନା ମୁତାବକ, କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ଅଭିଯୁକ୍ତ ଦୀପକ ମାରି ପୋତିଥିବା ମାନିଥିଲା। ଏହା ପରେ ଦୀପକ ରାଉତକୁ ନେଇ ଘଟଗାଁ ଥାନାରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ। ସେଠାରେ କିଛି ସମୟ ପଚରା ଉଚରା ପରେ ସିନ୍‌ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନିଆଯାଇଥିଲା। ମାଟି ତଳୁ ବାହାରିଲା ମୃତଦେହ। ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା।
ସେପଟେ, କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ବଡ଼ ସୂଚନା ଦେଇଛନ୍ତି ସିପି। ସେ କହିଛନ୍ତି ଯେ, ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା। ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହାପରେ ଦୀପକ ଶୁଭମିତ୍ରାକୁ ଜୀବନରୁ ମାରିଦିଇଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ଦୀପକ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି। ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ। ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ। କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.