ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆମ ବସ କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

0

ଭୁବନେଶ୍ବର: ଆମ ବସ କର୍ମଚାରୀଙ୍କ ଦାଦାଗିରି। ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସ୍‌ ଷ୍ଟପରେ ଏହି ଘଟଣା ଘଟିଛି। ଜଣେ ଯାତ୍ରୀ ବସକୁ ଚଢ଼ୁଥିବା ବେଳେ କଣ୍ଡକ୍ଟର ସହିତ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ କଣ୍ଡକ୍ଟର ଜଣଙ୍କ ଯାତ୍ରୀଙ୍କୁ ବସ୍ ବାହାରକୁ ବାହାର କରି ଦେବା ସହିତ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି। ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି।

ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି। ଦିନକୁ ଦିନ ଆମ ବସର ଦାଦାଗିରି ବଢି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଦିନ କିଛି ନା କିଛି ଘଟଣାରେ ଯାତ୍ରୀ ମାନଙ୍କ ସହିତ ସେମାନେ ଦୁର୍ବ୍ୟବହାର କରୁଛନ୍ତି ଯାତ୍ରୀ କହିଛନ୍ତି।

Leave A Reply

Your email address will not be published.