ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ

0

ଭୁବନେଶ୍ବର: ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ। ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତ୍ରିଶୂଳିଆରେ ଦ୍ବିତୀୟ ବ୍ରିଜ ନିର୍ମାଣ ହେବ ବୋଲି ବିଧାନସଭାରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଏନେଇ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ।

ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‍ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଥିଲେ। କଟକ-ଭୁବନେଶ୍ୱରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢୁଥିବାରୁ ଆଉ ଏକ ବ୍ରିଜ ପାଇଁ ଦାବି ହୋଇଥିଲା। ଆଗାମୀ ସେତୁଟି ବର୍ତ୍ତମାନର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ସହିତ ସମାନ୍ତରାଳ ଭାବରେ ଚାଲିବ, ଯାହା ପ୍ରାୟ ୩.୧୨୭ କିଲୋମିଟର ବ୍ୟାପୀ ହେବ। ଯେଉଁଥିରେ ତ୍ରିଶୂଳିଆ ଏବଂ ଜୁଡିସିଆଲ ଏକାଡେମୀର ଆପ୍ରୋଚ ରୋଡ୍‌ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରେ ଡ୍ରେନେଜ୍‌ ଲେନ୍‌ ଏବଂ ବକ୍ସ କଲଭର୍ଟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚାରି ଲେନ୍‌ ବିଶିଷ୍ଟ ବ୍ରିଜ୍‌ ସମ୍ପୂର୍ଣ୍ଣ ହେବା ପରେ କାଠଯୋଡ଼ି ବ୍ରିଜ୍‌ରେ ବଢ଼ୁଥିବା ଟ୍ରାଫିକ୍‌ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଟ୍ବିନ୍‌ ସିଟି ମଧ୍ୟରେ ଯାତାୟାତକୁ ସୁଗମ କରିବ ବୋଲି ମଧ୍ୟ ଆଶା କରାଯାଉଛି।

ଏହି ବ୍ରିଜ୍‌ କଟକ-ଭୁବନେଶ୍ୱର କରିଡରକୁ ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ଯୋଜନାର ଅଂଶ। ଆପ୍ରୋଚ ରୋଡ୍‌, ଜୁଡିସିଆଲ ଏକାଡେମୀ ରୋଡ୍‌ରୁ ତ୍ରିଶୂଳିଆକୁ ଚାରି ଲେନ୍‌ ରାସ୍ତାରେ ଏବଂ ଜୁଡିସିଆଲ ଏକାଡେମୀ ରୋଡ୍‌ରୁ ଯୋବ୍ରାକୁ ୬ ଲେନ୍‌ ରାସ୍ତାରେ ବିସ୍ତାର କରିବା ମଧ୍ୟ ଆଗକୁ ବଢୁଛି ବୋଲି ମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି।

Leave A Reply

Your email address will not be published.