ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ମାଡ ଉଦ୍ୟମ କରିଥିବା ଓକିଲଙ୍କ ଲାଇସେନ୍ସ ରଦ୍ଦ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର ଗଭଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରୁ ନିଲମ୍ବନ କରାଯାଇଛି।ବିସିଆଇ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଛି। ଏହି ଅବଧି ମଧ୍ୟରେ ସେ ଓକିଲାତି କରିପାରିବେ ନାହିଁ।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଜଣାଇଛି କି ଏହି ମାମଲାରେ ଓକିଲଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ୧୫ ଦିନ ମଧ୍ୟରେ ଶୋ କଜ୍ ନୋଟିସ୍ ଜାରି କରାଯିବ। ନୋଟିସର ଜବାବ ଓ ମାମଲାର ଯାଞ୍ଚ ଆଧାରରେ କାଉନସିଲ୍ ଉଚିତ୍ ଓ ଆବଶ୍ୟକ ଆଦେଶ ପାରିତ କରିବ ।

ସୂଚନାଯୋଗ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବି.ଆର ଗଭଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ରାକେଶ କହିଥିଲେ କି, ‘ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ’ । ଓକିଲ ପୋଡିୟମ ନିକଟକୁ ଯାଇ ନିଜ ଜୋତା କାଢି ବିଚାରପତିଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତେବେ ସିଜେଆଇ ବିଚଳିତ ନ ରହି କୋର୍ଟରେ ଉପସ୍ଥିତ ଓକିଲମାନଙ୍କୁ ସେମାନଙ୍କର ଯୁକ୍ତି ଜାରି ରଖିବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, “ଏସବୁ ଦ୍ୱାରା ବିଚଳିତ ହୁଅନ୍ତୁ ନାହିଁ। ଏହି ଜିନିଷଗୁଡ଼ିକ ମୋତେ ପ୍ରଭାବିତ କରେ ନାହିଁ।” କୋର୍ଟରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ଓକିଲଙ୍କୁ ବାହାରକୁ ନେଇଯାଇଥିଲେ। ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ତାଙ୍କୁ ପୁଲିସ ଜିମା ଦେଇଥିଲେ ।

Leave A Reply

Your email address will not be published.