ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲାର ବଡ ଖୁଲାସା

0

ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ହରିୟାଣା: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ ଖୁଲାସା ହୋଇଛି। ପୂରନଙ୍କ ମୃତ୍ୟୁ ସାରା ପୋଲିସ ବିଭାଗ ଓ ପ୍ରଶାସନକୁ ଚିନ୍ତାରେ ପକାଇଛି। ପୋଲିସ ତାଙ୍କ ଘରୁ ୮ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍ ନୋଟ ଜବତ କରିଛି। ସେଥିରେ ଡିଜିପି, ଏଡିଜିପି ଓ ଏସପି ରାଙ୍କର ୧୦ ଜଣ ବରିଷ୍ଠ ଅଧିକାରୀମାନେ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରାଯାଇଛି। ଏଥିସହିତ ଘରୁ ଏକ ଇଚ୍ଛାପତ୍ର ମଧ୍ୟ ମିଳିଛି।

ସୁଇସାଇଡ୍‍ ନୋଟକୁ ପରୀକ୍ଷା ପାଇଁ ଫୋରେନସିକ୍‍ ଲ୍ୟାବକୁ ପଠାଯାଇଛି। ଲ୍ୟାବ ରିପୋର୍ଟ ଆସିବା ପରେ ହିଁ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ପଷ୍ଟ ହେବ। ବର୍ତ୍ତମାନ କୁହାଯାଇପାରେ ଯେ ଆଇପିଏସ୍‍ ଅଧିକାରୀ ପୁରନ କୁମାର ଆତ୍ମହତ୍ୟା ମାମଲା ଏବେ ନୂଆ ମୁହଁ ପ୍ରକାଶ ପାଇପାରେ। ସରକାର ଏହି ମାମଲା ଉପରେ କଡା ନଜର ରଖିଛନ୍ତି।

ପୂରନଙ୍କୁ ଲଗାତର ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା ଓ ଅନେକ ବରିଷ୍ଠ ଅଧିକାରୀ ତାଙ୍କ କ୍ୟାରିୟର ବର୍ବାଦ କରିବାର ଷଡ଼ଯନ୍ତ୍ର ରଚିଥିବା ନେଇ ସୁଇସାଇଡ୍ ନୋଟରେ ଉଲ୍ଲେଖ କରାଯାଇଛି। ସୁଇସାଇଡ୍ ନୋଟରେ ଯେଉଁ ଅଧିକାରୀଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରେ କିଛି ପୂର୍ବ ଡିଜିପି ବର୍ତ୍ତମାନର ଡିଜିପି ସ୍ତରର ଅଧିକାରୀ ରହିଛନ୍ତି। ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାର ନାମ ସାର୍ବଜନିନ କରିନାହିଁ। କୁହାଯାଉଛି, ଏହି ପୂରା ବିବାଦ ରୋହତକ ଭ୍ରଷ୍ଟାଚାର କେସ ସହ ଜଡ଼ିତ ରହିଛି, ଯାହାର ଯାଞ୍ଚ ପୂରନ ନିଜେ ଆରମ୍ଭ କରିଥିଲେ।

୨୦୦୧ ବ୍ୟାଚର ଆଇପିଏସ ଅଧିକାରୀ ଓ୍ବାଇ ପୂରନଙ୍କୁ ନିକଟରେ ରୋହତକ ସୁନାରିୟା ପୋଲିସ ଟ୍ରେନିଂ କଲେଜକୁ ବଦଳି କରାଯାଇଥିଲା। ସେଠାରେ ପଦଭାର ଗ୍ରହଣ କରିବା ପୂର୍ବରୁ ସେ ୭ ଦିନ ଛୁଟି ନେଇଥିଲେ। ସେହି ସମୟରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ। ପୂରା କ୍ୟାରିୟରରେ ପୂରନ ଜଣେ ନିର୍ଭିକ ଅଧିକାରୀ ଭାବେ ଜଣାଶୁଣା ଥିଲେ। ସେ ଅନେକ ଥର ବିଭାଗୀୟ ନୀତି ଓ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।

Leave A Reply

Your email address will not be published.