ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ବିଜେପିରେ ମିଶିଲେ ଜୟ ଢୋଲକିଆ

0

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ପଦ୍ମ ଧରିଲେ ଜୟ ଢୋଲକିଆ। ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ। ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର ଥିଲା। ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ଜୟ ଢୋଲକିଆ ବିଜେପିରେ ଯୋଗଦେବା ପରେ ନୂଆପଡ଼ା ବିଧାନସଭା ଆସନକୁ ନେଇ ସବୁ ଅଙ୍କ ଏପଟ ସେପଟ ହୋଇଯାଇଛି। ବିଜେଡ଼ି ଦଖଲରେ ଥିବା ନୂଆପଡ଼ା ଆସନରେ ବିଜେପିର ପତିଆର ବଢ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୟଙ୍କ ବିଜେପିରେ ଯୋଗଦାନ ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି ବୋଲି କୁହାଯାଉଛି।

Leave A Reply

Your email address will not be published.