ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବାଣ ଫୁଟାଇବାବେଳେ ହାତରେ ବାଣ ଫୁଟି ଛିଡିଗଲା ପାପୁଲି

0

ବାଲେଶ୍ୱର: ଦୀପାବଳୀରେ ଅଘଟଣ। ବାଲେଶ୍ୱରର ସୋରୋ ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଜଣେ ବ୍ୟକ୍ତି ଦୀପାବଳୀ ଅବସରରେ ବାଣ ଫୁଟାଇବା ସମୟରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁ ମହାନ୍ତି ବୋଲି ଜଣାପଡିଛି। ଘର ନିକଟରେ ବାବୁ ନିଜ ଡାହାଣ ହାତରେ ବାଣ ଧରି ଜଳାଇବାକୁ ଯାଉଥିବା ସମୟରେ ଏହା ବିସ୍ଫୋରଣ ହୋଇଯାଇଥିଲା।

ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏଥିରେ ତାଙ୍କ ହାତ ପାପୁଲି ଉଡ଼ି ଯାଇଥିଲା। ସେହି ସମୟରେ ପାଖରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତେବେ ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବାଣ ତିଆରି କରୁଥିବା ସମୟରେ ଏକ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

Leave A Reply

Your email address will not be published.