ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ

0

ବାଲେଶ୍ବର: ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ ହୋଇଛନ୍ତି।
ଜେଲରୁ କଏଦୀ ଫେରାର ହେବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବଡ ଚତୁରତାର ସହିତ କଏଦୀ ଜେଲରୁ ଖସି ପଳାଇଛି। ଏମିତି ଭାବେ କୁଆଡେ ଚମ୍ପଟ ମାରିଛି ଯେ ଫେରାର ହେବାର ୧୨ ଘଣ୍ଟା ବିତିଗଲାଣି ହେଲେ ଏବେ ଯାଏଁ ବି ମିଳିନି ସନ୍ଧାନ। ପୋଲିସ ତନତନ କରି ଖୋଜି ଚାଲିଥିଲେ ମଧ୍ୟ କଏଦୀର କୌଣସି ପତ୍ତା ମିଳିନି। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରି ରଖିଛି।

ଜେଲ ଓ ଷ୍ଟାପଙ୍କ ଉପସ୍ଥିତିରେ କିପରି ପରିସ୍ଥିତିରେ କଏଦୀ ଫେରାର ହେଲା ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜେଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି। ଜେଲ ଆଇଜି ଘଟଣାସ୍ଥଳ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜେଲ ଡିଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.