ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ

0

ବାଲେଶ୍ବର: ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ ହୋଇଛନ୍ତି।
ଜେଲରୁ କଏଦୀ ଫେରାର ହେବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବଡ ଚତୁରତାର ସହିତ କଏଦୀ ଜେଲରୁ ଖସି ପଳାଇଛି। ଏମିତି ଭାବେ କୁଆଡେ ଚମ୍ପଟ ମାରିଛି ଯେ ଫେରାର ହେବାର ୧୨ ଘଣ୍ଟା ବିତିଗଲାଣି ହେଲେ ଏବେ ଯାଏଁ ବି ମିଳିନି ସନ୍ଧାନ। ପୋଲିସ ତନତନ କରି ଖୋଜି ଚାଲିଥିଲେ ମଧ୍ୟ କଏଦୀର କୌଣସି ପତ୍ତା ମିଳିନି। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରି ରଖିଛି।

ଜେଲ ଓ ଷ୍ଟାପଙ୍କ ଉପସ୍ଥିତିରେ କିପରି ପରିସ୍ଥିତିରେ କଏଦୀ ଫେରାର ହେଲା ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜେଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି। ଜେଲ ଆଇଜି ଘଟଣାସ୍ଥଳ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜେଲ ଡିଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.