ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

0

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରୁ ପରଦା ଉଠିଛି। ଦୀର୍ଘ ୧୫ ଦିନ ପରେ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ସହ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ଓ କର୍ପୋରେଟର ମଳୟ ବିଷୋୟୀ ମଧ୍ୟ ରହିଛନ୍ତି।

ସେହିପରି ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇଙ୍କୁ ବି ଗିରଫ କରିଛି ପୁଲିସ। ସେମାନଙ୍କ ସହିତ ୨ ଶାର୍ପ ଶୁଟର, ଜଣେ ସ୍ଥାନୀୟ ଶୁଟର ଓ ରେକି କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଆଉ ୩ ଜଣ ଫେରାର ଅଛନ୍ତି। ବ୍ୟକ୍ତିଗତ, ଆର୍ଥିକ ଓ ରାଜନୀତିକ କାରଣ ପାଇଁ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଛି ବୋଲି ବ୍ରହ୍ମପୁର ପୁଲିସ କହିଛି। ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ହୋଇଥିଲା ମର୍ଡରର ବ୍ଲୁ ପ୍ରିଣ୍ଟ । ପ୍ରଥମେ ବିହାରରୁ ଆସିଥିଲେ ସାର୍ପ ସୁଟର । ପ୍ଲାନ ‘A’ ଫେଲ୍‌ ମାରିବା ପରେ ହୋଇଥିଲା ପ୍ଲାନ ‘B’। ବ୍ରହ୍ମପୁର ଏସ୍‌ପି କହିଛନ୍ତି ଯେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବାର ପ୍ରମାଣ ମିଳିଛି। କର୍ପୋରେଟର ମଳୟ ବିଷୋୟୀ ଓ ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ସେମାନଙ୍କ ଜରିଆରେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଏହି ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି। ଶାର୍ପ ଶୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି।

ତେବେ ହତ୍ୟା ପୂର୍ବରୁ ରଚାଯାଇଥିଲା ବ୍ଲୁ ପ୍ରିଣ୍ଟ। ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବିହାରରୁ ଏକ ଟିମ୍‌ ଆସିଥିଲା। ଯେଉଁମାନଙ୍କୁ ଆଣିଥିଲେ ଉମା ବିଷୋୟୀ । ଉମାର ସହଯୋଗୀ ଯୋଗେନ୍ଦ୍ର ରାଉତ ହିଞ୍ଜିଳି ଅଞ୍ଚଳର ବିପିନ ସ୍ବାଇଁଙ୍କୁ ଡାକିଥିଲେ। ଯିଏକି ସୁଟର ଜାଣିଥିଲା, ସେମାନଙ୍କୁ ହତ୍ୟା ପାଇଁ ଡାକିଥିଲା। ଏଥିସହ ସୀମାଞ୍ଚଳ ନାୟକ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲା। ଏହି ୪ ଜଣ ମିଶି ଉମା ଓ ଯୋଗେନ୍ଦ୍ରର ନିର୍ଦ୍ଦେଶରେ ଏକ ଅଳକାପୁରୀରେ ଏକ ଭଡା ଘରେ ୪ ଜଣଙ୍କୁ ରଖିଥିଲେ। ଯେଉଁଥିରେ ବିହାରର ୨ ସୁଟର ଥିଲେ। ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ଏମାନେ ଭଡା ଘରେ ରହୁଥିଲେ। ଗତ ସେପ୍ଟେମ୍ବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲେ। ସେମାନଙ୍କ ସମସ୍ତ କଥା ବୁଝୁଥିଲେ ମଳୟ। ଏହି ଅଭିଯୁକ୍ତ ମାନେ ପୀତବାସ କେଉଁ ରାସ୍ତାରେ ଯିବାଆସିବା କରୁଛନ୍ତି। ସବୁକିଛି ରେକି କରୁଥିଲେ। ବିହାରରୁ ଆସିଥିବା ଶୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରିଯାଇଥିଲେ। ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏହା ପରେ ସ୍ଥାନୀୟ ଶୁଟରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ପୀତବାସ ପଣ୍ଡାଙ୍କ ଘର ପାଖରେ ଭଡ଼ାରେ ଆସି ରହିଥିଲେ ଶୁଟର। ପ୍ରଥମ ଉଦ୍ୟମ ବିଫଳ ହେବା ପରେ ପୀତବାସ ପଣ୍ଡାଙ୍କ ଘରଠାରୁ ମାତ୍ର ୨ ଶହ ମିଟର ଦୂରରେ ରହିଥିଲେ ଶୁଟର। ସବୁ ରେକି କରିବା ପରେ ଅକ୍ଟୋବର ୬ରେ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରୁ ଆସିଥିଲେ। ତା’ ସହିତ ଯୋଡ଼ି ହୋଇଥିଲା କୁରୁପତି ଭୂୟାଁ। ଘଟଣା ଦିନ ନୂଆ ଡ୍ରେସ ଓ ନୂଆ ଜୋତା ପିନ୍ଧି ସେମାନେ ବାଇକ୍‌ରେ ଆସିଥିଲେ। ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ ଓ ଏହାପରେ ଗୁଳି ଚଳାଇଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍‌ କରିଥିଲେ ଓ କୁରୁପତି ଗୁଳି ଚଳାଇଥିଲେ। ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲୀରେ ଡ୍ରେସ୍‌ ବଦଳାଇଥିଲେ। ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ୱରମରେ ପହଞ୍ଚିଥିଲେ। ରାମେଶ୍ୱରମରେ ଗାଡ଼ି ଛାଡ଼ି ପୁରୀ ପଳାଇଯାଇଥିଲେ। ପୁରୀରୁ ଜୟପୁର ଯାଇ ବିକ୍ରମ ପଣ୍ଡାଙ୍କ ବିଶ୍ୱସ୍ତ ସୁନୀଲ ହୋତାଙ୍କ ଘରେ ରହିଥିଲେ। ସେଠାରୁ ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁ ଖସି ଯିବାରେ ସମର୍ଥ ହୋଇଥିଲେ।

Leave A Reply

Your email address will not be published.