ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ

0

ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅକ୍ଟୋବର ୨୯ ଦିନ ବନ୍ଦ ରହିବ। ଏନେଇ ମଙ୍ଗଳବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଚିଡ଼ିଆଖାନାକୁ ହାଇ ଆଲର୍ଟରେ ରଖାଯାଇଛି। ଏଥିସହିତ ଏକ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ମଧ୍ୟ ରଖାଯାଇଛି ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପାର୍କ ପରିସର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଣୀ, ପର୍ଯ୍ୟଟକ ଏବଂ ପାର୍କ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ମାଂସାହାରୀ ଏବଂ ସମ୍ବେଦନଶୀଳ ପ୍ରଜାତିଗୁଡ଼ିକୁ ରାତ୍ରି ଆଶ୍ରୟସ୍ଥଳରେ ସୁରକ୍ଷିତ ରଖାଯାଇଥିବା ବେଳେ ପକ୍ଷୀ ରହୁଥିବା ସ୍ଥାନ ଗୁଡିକ ଘୋଡାଇ ଦିଆଯିବା ସହ ମଜବୁତ କରି ଦିଆଯାଇଛି। ଏଥିସହିତ ଆଣ୍ଟି-ଷ୍ଟ୍ରେସ୍ ଫର୍ମୁଲେସନ୍ ଏବଂ ଆଣ୍ଟି-ଭେନମ୍ ସମେତ ପର୍ଯ୍ୟାପ୍ତ ଖାଦ୍ୟ, ଔଷଧ ଏବଂ ଜରୁରୀକାଳୀନ ପଶୁ ଚିକିତ୍ସା ସାମଗ୍ରୀ ମହଜୁଦ ରଖାଯାଇଛି।

ତେବେ ସତର୍କତା ମୂଳକ ପଦକ୍ଷେପ ନିଆଯାଇ କିଛି ଗଛ ମାନଙ୍କର ଡାଳ ଗୁଡ଼ିକୁ କାଟି ଦିଆଯାଇଛି ଓ ପାୱାର ବ୍ୟାକ୍-ଅପ୍, ପାଣି ଏବଂ ଜରୁରୀକାଳୀନ ଆଲୋକୀକରଣ ଗୁଡ଼ିକ ବ୍ୟବସ୍ଥିତ କରାଯାଇଛି। ଏହା ବ୍ୟତୀତ ପାର୍କ ସାରା ମୋବାଇଲ୍ ରେସପନ୍ସ ଟିମ୍ ମଧ୍ୟ ମୁତୟନ କରାଯିବା ସହ ଜରୁରୀକାଳୀନ ଉପକରଣର ଯାଞ୍ଚ ସହିତ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି। ଆବଶ୍ୟକୀୟ ପରିସ୍ଥିତି ପାଇଁ କର୍ତ୍ତୃପକ୍ଷ ପୋଲିସ, ଅଗ୍ନିଶମ ସେବା, ବିଦ୍ୟୁତ୍ ବିଭାଗ ଏବଂ ଡିସ୍କମ୍ ସହିତ ଘନିଷ୍ଠ ସମନ୍ୱୟରେ ଅଛନ୍ତି। ତେବେ ବାତ୍ୟା ପରେ ପଶୁମାନଙ୍କର ସୁରକ୍ଷାକୁ ଦୃଷ୍ଟି ରେ ରଖି ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟାଇବା, ଜଳ ବ୍ୟବସ୍ଥା ପୁନରୁଦ୍ଧାର କରିବା ଏବଂ ଭଗ୍ନାବଶେଷ ସଫା କରିବା ଇତ୍ୟାଦି କାର୍ଯ୍ୟ କରାଯିବା ନେଇ ପାର୍କ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.