ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବ୍ରହ୍ମପୁରରେ ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡିର ଚଢ଼ାଉ

0

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା।
ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର ତଦନ୍ତ ସିବିଆଇ କରିଥିଲା। ସୂଚନା ଅନୁଯାୟୀ, ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା। ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା।

ଏପିରିକି ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତ କରୁଥିଲା। ଆଉ ଏବେ ଗୁରୁବାର ଦିନ ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି। ଅଯୋଧ୍ୟା ନଗର ବ୍ୟତୀତ ଆଉ କିଛି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି। ହେଲେ ଏବେ ଯାଏ ଅନ୍ୟ ସ୍ଥାନ ସଂପର୍କରେ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.