ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୮ ମୃତ, ହାଇଆଲର୍ଟ ଜାରି

0

ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ। ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ବଡ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଗାଡ଼ି ଜଳି ଯିବାରୁ ସବୁ ଆଡ଼େ ଆତଙ୍କ ଦେଖାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ବିସ୍ଫୋରଣ ଅତ୍ୟନ୍ତ ତୀବ୍ର ଥିଲା। ଘଟଣାସ୍ଥଳକୁ ଏକ ଏନଆଇଏ ଦଳ ପଠାଯାଉଛି।

ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ସହ ଦିଲ୍ଲୀ ପୋଲିସ ଦଳ ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର ପ୍ରକୃତି ନିର୍ଣ୍ଣୟ କରିବା ପାଇଁ ଫୋରେନସିକ୍ ଏବଂ ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ଯୋଗୁଁ ନିକଟରେ ଥିବା ରାସ୍ତାର ଲାଇଟ ମଧ୍ୟ ଭାଙ୍ଗି ଯାଇଥିଲା।
ସୂଚନା ଅନୁଯାୟୀ, ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଗୋଟିଏ ମାରୁତି ଇକୋ ଭ୍ୟାନ ପହଞ୍ଚିଥିଲା।

ଏହା ପରେ ଭ୍ୟାନ୍‌ରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପୂରା ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଏକାଧିକ କାର ହୁତୁହୁତୁ ହୋଇ ଜଳି ଯାଇଛି। ବିସ୍ଫୋରଣ ହୋଇଥିବା କାର ସମେତ ଆଖପାଖ ଅଞ୍ଚଳରେ ଥିବା ଆଉ ୮ଟି କାର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ବିସ୍ଫୋରଣ ପରେ, ସାରା ଦିଲ୍ଲୀରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ପରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ସମୟରେ, ନିକଟସ୍ଥ ଚାନ୍ଦନୀ ଚୌକ ବଜାରକୁ ବନ୍ଦ କରିଦିଆଯାଇଛି। ଲାଲକିଲ୍ଲା ଚାରିପାଖରେ ଥିବା ସମଗ୍ର ଅଞ୍ଚଳ ଏବଂ ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.