ପ୍ରମୁଖ ଖବର

ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ସାରା ଦେଶରେ ପ୍ରତିଷ୍ଠା ହେବ ଆଉ ୧୦୦ଟି ସୈନିକ ସ୍କୁଲ୍ : ଅମିତ ଶାହ
ପରଲୋକରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାମିନୀ କୌଶଲ
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ
ଯୁକ୍ତ ୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା
ନୂଆପଡ଼ାର ନୂଆ ନେତା ଜୟ ଢୋଲକିଆ

ପରଲୋକରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାମିନୀ କୌଶଲ

0

ମୁମ୍ବାଇ: ପରଲୋକରେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ। ୯୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ସେ ଦୀର୍ଘଦିନ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କାମିନୀ କୌଶଲ ଭାରତୀୟ ସିନେମାରେ ସାତ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର କରିଛନ୍ତି । ସେ ଶେଷ ଥର ପାଇଁ ଆମିର ଖାନଙ୍କ ଫିଲ୍ମ “ଲାଲ ସିଂହ ଚଡ୍ଡା”ରେ ଏକ କ୍ୟାମିଓ ଭୂମିକାରେ ନଜର ଆସିଥିଲେ।

୧୯୪୬ ମସିହାରେ ‘ନୀଚା ନଗର’ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ କାମିନୀ କୌଶଲ। ଏହା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା ଏବଂ ପାଲମେ ଡି’ ଔର୍ ଜିତିଥିବା ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ହୋଇ ରହିଛି। ସେ ଦିଲୀପ କୁମାର ଏବଂ ରାଜ କପୁରଙ୍କ ସମେତ ଅନେକ ପ୍ରମୁଖ ଷ୍ଟାରଙ୍କ ସହ କାମ କରିଛନ୍ତି।
୨୪ ଫେବୃଆରୀ, ୧୯୨୭ରେ ଜନ୍ମଗ୍ରହଣ କରିଥିଲେ କାମିନୀ କୌଶଲ। କାମିନୀ କୌଶଲ ଲାହୋରରେ ଜନ୍ମଗ୍ରହଣ କରିଥିଲେ, ସେ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ। କାମିନୀ ଭାରତୀୟ ସିନେମାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ, ତାଙ୍କର କ୍ୟାରିଅର ଦଶନ୍ଧି ଧରିଥିଲା ​​ଏବଂ ସେ ୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

କାମିନୀ କୌଶଲ ସହିଦ, ନଦୀୟା କେ ପାର, ଶବନମ୍, ଆରଜୁ ଔର ବିରାଜ ବହୁ, ଦୋ ଭାଇ, ଜିଦ୍ଦି, ଶବନମ୍, ଜେଲର୍, ପାରସ୍, ନମୁନା, ନୀଚା ନଗର, ଝଞ୍ଜର, ଆବ୍ରୁ, ବଡ଼େ ସରକାର ଏବଂ ନାଇଟ୍ କ୍ଲବ୍ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.