ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆପଡ଼ାର ନୂଆ ନେତା ଜୟ ଢୋଲକିଆ

0

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ବୃହତ୍ ବିଜୟ ହୋଇଛି। ସମସ୍ତ ୨୯ରାଉଣ୍ଡ ଭୋଟ୍ ଗଣତି ପରେ ବିଜେପିର ଜୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠୁ ୮୩୭୮୪ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଢୋଲକିଆଙ୍କୁ ମୋଟ ୧,୨୩,୭୫୭ ଇଭିଏମ୍ ଭୋଟ୍ ଏବଂ ୧୧୨ଟି ପୋଷ୍ଟାଲ୍ ଭୋଟ୍ ମିଳିଛି। ବିଜେପି ପାଇଁ ନୂଆପଡ଼ାରେ ଏହା ଏକ ନିର୍ଣ୍ଣାୟକ ଜନାଦେଶ, ଯାହା ଦଳର ସାଂଗଠନିକ ପ୍ରଭାବକୁ ବଢ଼ାଇବାରେ ସହାୟକ ହେବ ଓ ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେପିକୁ ଏକ ମଜବୁତ ସ୍ଥିତିରେ ରଖିଛି।

ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର। ବାପା ରାଜେନ୍ଦ୍ର ଢୋଲକିଆ ୪ ଥରର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ। ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ଜୟ ଢୋଲକିଆ। ଗତ ଅକ୍ଟୋବର ୧୧ରେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଏହି ନିର୍ବାଚନ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଦଳର ପୂବର୍ତନ ବିଧାୟିକା ତଥା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମାତ୍ର ୩୮,୪୦୮ ଭୋଟ୍ (୧୮.୦୭%) ମିଳିଛି, ଯାହା ତାଙ୍କୁ ତୃତୀୟ ସ୍ଥାନରେ ରଖିଛି। ନୂଆପଡ଼ା ବିଜେଡିର ଗଡ଼ ଥିଲା ତଥା ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ। ଏତେ କମ୍ ଭୋଟ୍ ପାଇବା ଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ରହିବା ବିଜେଡି ପାଇଁ ଆଗାମୀ ଦିନରେ ଏକ ରାଜନୀତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡ଼ା ଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା, ଦଳର ଶତାଧିକ ନେତା ଗ୍ରାଉଣ୍ଡ ମ୍ୟାନେଜମେଂଟ କରିବା ପରେ ମଧ୍ୟ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିନଥିବା ସ୍ପଷ୍ଟ ହୋଇଛି । ଏହି ଜନାଦେଶ ଦଳର ପାରମ୍ପରିକ ଭୋଟକୁ ଦଳଠୁ ଛଡ଼ାଇ ନେଇଛି । ଏହି ନିର୍ବାଚନକୁ ସମ୍ମାନର ପ୍ରଶ୍ନ କରିଥିବା ଦଳ ପାଇଁ ଏହା ଆତ୍ମସମୀକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଉଛି।

Leave A Reply

Your email address will not be published.