ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌

0

ନୂଆ ଦିଲ୍ଲୀ: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା।

ଏହି ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ୍, ନିଷିଦ୍ଧ ହିଜବ୍-ଉଲ-ତହରୀରର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫଙ୍କ ଘନିଷ୍ଠ ସହଯୋଗୀ ତଥା ମରକଜୀ ଜମିୟତ-ଅହଲ-ଏ-ହଦୀସର ସାଧାରଣ ସମ୍ପାଦକ ଇବତିସାମ ଇଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲୀ ଫଜୁଲଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସାମିଲ ଥିଲେ। ଢାକାରେ ବସିଥିବା ଏହି ବୈଠକର କିଛି ସଦସ୍ୟ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଥିଲେ।

ଅନ୍ୟପଟେ, ଏହି ବିସ୍ଫୋରଣରେ ପାକିସ୍ତାନର କୌଣସି ଲିଙ୍କ ଅଛି କି ନାହିଁ ସେନେଇ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଦେଇଛନ୍ତି ନିକଟରେ, ପାକିସ୍ତାନରେ ଚାଲିଥିବା ଏକ ରାଲିରେ ସୈଫୁଲ୍ଲା ସୈଫ ଏକ ଭିଡିଓ କହିଥିଲାଯେ, ଲସ୍କର-ଏ-ତୈବା ସଦସ୍ୟମାନେ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ଆକ୍ରମଣ ଯୋଜନା କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ହାଇଆଲର୍ଟରେ ରହିଛନ୍ତି ସୁରକ୍ଷା ଏଜେନ୍ସି।

Leave A Reply

Your email address will not be published.