ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ

0

ଭୁବନେଶ୍ୱର: ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର, ଆମିଷ ବଜାରରୁ ହଟିବ ଜବରଦଖଲ। ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ। ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।

ମେୟର କହିଛନ୍ତି ଯେ, ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ। ଖୁବଶୀଘ୍ର ମାଛ ମାର୍କେଟରେ ଥିବା ବେଆଇନ୍ ଘରକୁ ଭଙ୍ଗାଯିବ। ଆମିଷ ଆବର୍ଜନାକୁ ଏଣେତେଣେ ନ ପକାଇ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଆବର୍ଜନା ରଖିବାକୁ କୁହାଯାଇଛି। ନିର୍ଦ୍ଦେଶ ନମାନିଲେ ଅମାନିଆଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ମେୟର କହିଛନ୍ତି।

ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା। ଖାସ୍ କରି ମାଛ ମାର୍କେଟରେ ହେଉଥିବା ଭିଡ଼ ଏବଂ ବେଆଇନ୍ ପାର୍କିଂକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ। ସେନେଇ ଯୋଜନା କରାଯାଇଥିଲା। ଯାହାକୁ ନେଇ ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣା ଓ ମେୟର ୪ ନମ୍ବର ମାର୍କେଟ ବୁଲି ତଦାରଖ କରିଛନ୍ତି।

Leave A Reply

Your email address will not be published.