ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ

0

ଭୁବନେଶ୍ୱର: ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର, ଆମିଷ ବଜାରରୁ ହଟିବ ଜବରଦଖଲ। ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ। ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।

ମେୟର କହିଛନ୍ତି ଯେ, ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ। ଖୁବଶୀଘ୍ର ମାଛ ମାର୍କେଟରେ ଥିବା ବେଆଇନ୍ ଘରକୁ ଭଙ୍ଗାଯିବ। ଆମିଷ ଆବର୍ଜନାକୁ ଏଣେତେଣେ ନ ପକାଇ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଆବର୍ଜନା ରଖିବାକୁ କୁହାଯାଇଛି। ନିର୍ଦ୍ଦେଶ ନମାନିଲେ ଅମାନିଆଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ମେୟର କହିଛନ୍ତି।

ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା। ଖାସ୍ କରି ମାଛ ମାର୍କେଟରେ ହେଉଥିବା ଭିଡ଼ ଏବଂ ବେଆଇନ୍ ପାର୍କିଂକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ। ସେନେଇ ଯୋଜନା କରାଯାଇଥିଲା। ଯାହାକୁ ନେଇ ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣା ଓ ମେୟର ୪ ନମ୍ବର ମାର୍କେଟ ବୁଲି ତଦାରଖ କରିଛନ୍ତି।

Leave A Reply

Your email address will not be published.