ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଣ୍ଡିଗୋ ବିମାନକୁ ବୋମା ଧମକ

0

ମୁମ୍ବାଇ: ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ମିଳିଛି। କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ରହିଥିବା ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା। ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି।

ଏନେଇ ଇଣ୍ଡିଗୋ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇନି। ବିଳିମ୍ବିତ ରାତି ୧ଟା ୫୬ ମିନିଟରେ କିଏତରୁ ବିମାନ ଛାଡିଥିଲା। ପରେ ସକାଳ ୮ଟା ୧୦ ମିନିଟରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି। ସୁରକ୍ଷା ଏଜେନ୍ସି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମୁମ୍ବାଇ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରିଛି। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ କରାଯାଉଛି।
ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିପଦକୁ ବହୁତ ଗମ୍ଭୀର ବୋଲି ବିବେଚନା କରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ସୁରକ୍ଷା ଦଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟାକାରୀ ପ୍ରସ୍ତୁତ ଅଛନ୍ତି। ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Leave A Reply

Your email address will not be published.