ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ରାସ୍ତାରେ ମେଡିସିନ୍‌ ଫୋପାଡିବା ଘଟଣାରେ ଦୁଇ ଏଏନଏମ ନିଲମ୍ବିତ

0

ବାଲେଶ୍ୱର: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍‌ ଫୋପାଡିବା ଘଟଣାରେ ନିଲମ୍ବିତ ହେଲେ ଦୁଇ ଏଏନଏମ କର୍ମୀ।ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଳିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ଏଏନଏମ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି ବୋଲି ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି। କର୍ତ୍ତବ୍ୟରେ ଖିଲାପ ଓ ନିୟମ ଉଲଙ୍ଘନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି।

ବାଲେଶର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଗତ ୧୧ତାରିଖରେ ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅବଧି ସରି ନଥିବା ଗୋଟିଏ କି ୨ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ୫୦ ଏମଏଲର ସିରପ ପଡିଥିଲା। ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା। ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ ସେହି ଔଷଧର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖା ରହିଥିଲା।

Leave A Reply

Your email address will not be published.