ଭୁବନେଶ୍ବର: ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ରାଜ୍ୟ ସାରା ପିକନିକ୍ ସ୍ପଟ୍ଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଛି।
ଏସଟିଏ ଅନୁଯାୟୀ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ଡିସେମ୍ବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ଦ୍ରୁତ ଗାଡ଼ି ଚାଳନା, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚାଳନା, ହେଲମେଟ୍ ବିନା ଗାଡ଼ି ଚାଳନା ୩ ଏହା ସହ ୩ ଜଣଙ୍କୁ ବସାଇ ଗାଡ଼ିଚଲାଇଲେ, ରଙ୍ଗ ରୁଟ୍ ଗଲେ ଜରିମାନା ଦେବାକୁ ହେବ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶାନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ନେଇ ଅଧିକାରୀ ମାନେ ପ୍ରକାଶ କରିଛନ୍ତି।
ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ସହକାରୀ ଆରଟିଓ ମାନଙ୍କୁ ଏସଟିଏ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି ଯେ ନିର୍ଦ୍ଦେଶାବଳୀ କଡାକଡି ପାଳନ କରିବା ପାଇଁ ନିୟମାବଳୀ ଉପରେ ବିଶେଷ ଧ୍ୟାନ ଦିଆଯିବ।
ନିର୍ଦ୍ଦେଶାବଳୀରେ ସଡ଼କ ସୁରକ୍ଷାର ଚାରୋଟି ସ୍ତମ୍ଭ: ପ୍ରବର୍ତ୍ତନ, ଇଞ୍ଜିନିୟରିଂ, ଶିକ୍ଷା ଏବଂ ଜରୁରୀକାଳୀନ ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ଲକ୍ଷ୍ୟ ହେଉଛି ପିକନିକ୍ ପାଇଁ ଯାତ୍ରା କରୁଥିବା ଲୋକମାନେ ସୁରକ୍ଷିତ ଯାତ୍ରା କରିପାରିବେ ଏବଂ ସୁରକ୍ଷିତ ଭାବରେ ଘରକୁ ଫେରିପାରିବେ। ସମସ୍ତ ବ୍ୟବସ୍ଥା ଜିଲ୍ଲା କଲେକ୍ଟରଙ୍କ ତଦାରଖରେ ଏସପି , ଆରଟିଓ ଏବଂ ସିଡିଏମଓଙ୍କ ସମ୍ପୃକ୍ତି ମଧ୍ୟ ରହିବ।