ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ

0

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ରାଜ୍ୟ ସାରା ପିକନିକ୍ ସ୍ପଟ୍‌ଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଛି।

ଏସଟିଏ ଅନୁଯାୟୀ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ଡିସେମ୍ବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ଦ୍ରୁତ ଗାଡ଼ି ଚାଳନା, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚାଳନା, ହେଲମେଟ୍ ବିନା ଗାଡ଼ି ଚାଳନା ୩ ଏହା ସହ ୩ ଜଣଙ୍କୁ ବସାଇ ଗାଡ଼ିଚଲାଇଲେ, ରଙ୍ଗ ରୁଟ୍‌ ଗଲେ ଜରିମାନା ଦେବାକୁ ହେବ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶାନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ନେଇ ଅଧିକାରୀ ମାନେ ପ୍ରକାଶ କରିଛନ୍ତି।

ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ସହକାରୀ ଆରଟିଓ ମାନଙ୍କୁ ଏସଟିଏ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି ଯେ ନିର୍ଦ୍ଦେଶାବଳୀ କଡାକଡି ପାଳନ କରିବା ପାଇଁ ନିୟମାବଳୀ ଉପରେ ବିଶେଷ ଧ୍ୟାନ ଦିଆଯିବ।

ନିର୍ଦ୍ଦେଶାବଳୀରେ ସଡ଼କ ସୁରକ୍ଷାର ଚାରୋଟି ସ୍ତମ୍ଭ: ପ୍ରବର୍ତ୍ତନ, ଇଞ୍ଜିନିୟରିଂ, ଶିକ୍ଷା ଏବଂ ଜରୁରୀକାଳୀନ ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ଲକ୍ଷ୍ୟ ହେଉଛି ପିକନିକ୍ ପାଇଁ ଯାତ୍ରା କରୁଥିବା ଲୋକମାନେ ସୁରକ୍ଷିତ ଯାତ୍ରା କରିପାରିବେ ଏବଂ ସୁରକ୍ଷିତ ଭାବରେ ଘରକୁ ଫେରିପାରିବେ। ସମସ୍ତ ବ୍ୟବସ୍ଥା ଜିଲ୍ଲା କଲେକ୍ଟରଙ୍କ ତଦାରଖରେ ଏସପି , ଆରଟିଓ ଏବଂ ସିଡିଏମଓଙ୍କ ସମ୍ପୃକ୍ତି ମଧ୍ୟ ରହିବ।

Leave A Reply

Your email address will not be published.