ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଅନୁ ଗର୍ଗ

0

ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅରବିନ୍ଦ ପାଢୀ ସ୍ବାଗତ କରିଥିଲେ।

ଏହାସହିତ ସେବାୟତମାନେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ। ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ନୂଆ ମୁଖ୍ୟ ଶାସନ ସଚିବ।

ତେବେ ଦର୍ଶନ ସାରି ଫେରିବା ପରେ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, “ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦ ଅନୁଭବ କରୁଛି । ଓଡ଼ିଶା ବାସୀଙ୍କ ସେବା ଏବଂ ରାଜ୍ୟର ଉନ୍ନତି ମୋର ମୁଖ୍ୟ ଲକ୍ଷ୍ୟ ରହିବ। ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ମିଳିବା ମୋ ପାଇଁ ଏକ ବଡ଼ ସୁଯୋଗ। ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ମୁଁ ଆଜି ପୂଜାର୍ଚ୍ଚନା କଲି। ଓଡ଼ିଶାରେ ଥିବା ଆଞ୍ଚଳିକ ତାରତମ୍ୟକୁ ହ୍ରାସ କରିବା ଆମର ଲକ୍ଷ୍ୟ ରହିଛି। ଓଡ଼ିଶାରେ ସୁଶାସନ, ମହିଳା ସଶକ୍ତିକରଣ, ସଠିକ୍ ବିପର୍ଯ୍ୟୟ ପରିଚାଳନା କରିବା ନେଇ ଆମର ଲକ୍ଷ୍ୟ ରହିଛି। ଓଡ଼ିଶାକୁ ଅଧିକରୁ ଅଧିକ କିଭଳି ଶିଳ୍ପ ଆସିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେ ଦିଗରେ ସରକାରଙ୍କ ଲକ୍ଷ୍ୟ ଥିବାବେଳେ ମୋର ମଧ୍ୟ ପ୍ରଚେଷ୍ଟା ରହିବ।”
ଏହା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.