ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ

0

ରାଇରଙ୍ଗପୁର: ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଚାଲିଗଲା ଜୀବନ। ବସ୍‌ରେ ପିଟିହୋଇ ତଳେ ପଶିଗଲା ବାଇକ୍। ଘଟଣାସ୍ଥଳରେ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ସୂଚନାଥାଉକି, ଆଜି ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀବନ୍ଧଠାରେ ୨୨୦ନମ୍ବର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଏକ ବାଇକରେ ବସିଥିବା ତିନି ଜଣ ଯୁବକ ଏକ ଘରୋଇ ବସକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି। ସମସ୍ତ ଯୁବକ ଉକ୍ତ ବାଇକରେ ଯଶିପୁର ଆଡୁ ରାଇରଙ୍ଗପୁର ଆସୁଥିବାବେଳେ ରାଇରଙ୍ଗପୁର ବସଷ୍ଟାଣ୍ଡରୁ କେନ୍ଦୁଝର ଅଭିମୁଖେ ବାହାରିଥିବା ବସ ସହିତ ଧକ୍କା ହୋଇଥିଲା

ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା। ବାଇକ ଆରୋହୀ ଯୁବକମାନଙ୍କୁ ପ୍ରାୟ ବସଟି ଏକ ଶହ ମିଟର ଯାଏ ଘୋଷାଡି ନେଇଥିବାବେଳେ ଜଣେ ବସରେ ଲାଗି ରହିଥିଲା। ଚାପି ହୋଇ ରହି ଯାଇଥିବା ମୃତ ଶରୀରକୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ବିକାଶ ବେହେରା ଓ ତାଙ୍କ ଘର ବଡଡାଳିମା ବୋଲି ଜଣାପଡିଥିବା ବେଳେ ଅନ୍ୟ ଦୁଇ ମୃତକ ଝାଡ଼ଖଣ୍ଡର ବୋଲି ଜଣାପଡିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ରାଇରଙ୍ଗପୁର ଏଏସପି, ରାଇରଙ୍ଗପୁର ଏସଡିପିଓ, ବିଡ଼ିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିଥିଲା। ଏଥିସହ ସରକାରୀ ଗାଇଡ ଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.