ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି। ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ ତତ୍ୱାବଧାନରେ ପାଳନ କରାଯାଇଥିଲା। ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ପ୍ରଫେସର (ଡାକ୍ତର) ମିଶ୍ର ୨୦୨୫ ବର୍ଷରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଯେଉଁ ସଫଳତା ହାସଲ କରିଛି ତାହାର ସମସ୍ତ ଶ୍ରେୟ ହସ୍ପିଟାଲ୍‌ର ସମସ୍ତ ବିଭାଗୀୟ ମୁଖ୍ୟ, ଡାକ୍ତର, ନର୍ସ, ଫାର୍ମାସିଷ୍ଟସ, ହାଉସ୍‌କିପିଂ ଷ୍ଟାଫ୍‌ଙ୍କ ସମେତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଜଣାଇଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସହଯୋଗ ଓ ଅବଦାନ ଯୋଗୁଁ ଆଇଏମ୍‌ଏସ ଆଣ୍ଡ ସମ ହସ୍ପିଟାଲ୍ ଶୀର୍ଷରେ ପହଂଚିପାରିଛି ବୋଲି ପ୍ରଫେସର ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ହସ୍ପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ହସ୍ପିଟାଲ୍‌ର ସମସ୍ତ ବିଭାଗୀୟ ମୁଖ୍ୟ, ଡାକ୍ତର, ନର୍ସ, ଫାର୍ମାସିଷ୍ଟସ, ହାଉସ୍‌କିପିଂ ଷ୍ଟାଫ୍‌ଙ୍କ ସମେତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ୨୦୨୫ରେ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ ଶିକ୍ଷାନୁଷ୍ଠାନ ଭାବରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ସ୍ଥାନୀତ ହୋଇଛି। ସ୍ୱାସ୍ଥ୍ୟ ସେବା, ବିଶ୍ୱାସ, ରୋଗୀଙ୍କ ମୁଖରେ ହସ ଫୁଟାଇବା, ଉତ୍ସାହର ସହ ସେବା ପ୍ରଦାନ କରିବା ସହିତ ନିଜର ଦାୟିତ୍ୱ ପ୍ରତି ତତ୍ପର ହେବା ପାଇଁ ମେଡିକାଲ୍ ସୁପରିଟେଣ୍ଡେଂଟ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସେହିପରି ହସ୍ପିଟାଲ୍‌ର ସର୍ଜରୀ ବିଭାଗର ଏମିରେଟସ୍ ପ୍ରଫେସର ବିଶ୍ୱନାରାୟଣ ମହାନ୍ତି ଯୋଗ ଦେଇ କହିଥିଲେ ଯେ ଡାକ୍ତରୀ ଶିକ୍ଷା ଗ୍ରହଣ ନିମନ୍ତେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତେବେ ହସ୍ପିଟାଲ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ସ୍ମିତି ମଧୁସିକ୍ତା ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.