ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

0

ଭୁବନେଶ୍ବର: ଲୋକସେବା ଭବନ ସମ୍ମୁଖରେ ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସମସ୍ତଙ୍କୁ ରିଲ୍ସ ତିଆରି କରିବା ମନା।

ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ। ଏହା ଉପରେ ଗୃହ ବିଭାଗ ତର୍ଜମା କରିବା ପରେ କିଛି ନିର୍ଦ୍ଦେଶାବାଳୀ ଜାରି କରିପାରନ୍ତି।

ଗତକାଲି ନୂଆବର୍ଷ ଅବସରରେ ଲୋକସବା ଭବନର ବିଭିନ୍ନ ଅଧିକାରୀ ମାନେ ରିଲ୍ସ କରୁଥିବା ନଜର ଆସିଥିଲା। ଅଧିକାରୀମାନେ ସଜାଗ ହେବା କଥା, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହା ଉପର ନଜ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.