ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

0

ଭୁବନେଶ୍ବର: ଲୋକସେବା ଭବନ ସମ୍ମୁଖରେ ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସମସ୍ତଙ୍କୁ ରିଲ୍ସ ତିଆରି କରିବା ମନା।

ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ। ଏହା ଉପରେ ଗୃହ ବିଭାଗ ତର୍ଜମା କରିବା ପରେ କିଛି ନିର୍ଦ୍ଦେଶାବାଳୀ ଜାରି କରିପାରନ୍ତି।

ଗତକାଲି ନୂଆବର୍ଷ ଅବସରରେ ଲୋକସବା ଭବନର ବିଭିନ୍ନ ଅଧିକାରୀ ମାନେ ରିଲ୍ସ କରୁଥିବା ନଜର ଆସିଥିଲା। ଅଧିକାରୀମାନେ ସଜାଗ ହେବା କଥା, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହା ଉପର ନଜ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.