ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଝାରସୁଗୁଡ଼଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଇନକ୍ବେରୀ କାଉଣ୍ଟର, ଷ୍ଟେସନ ମ୍ୟାନେଜର-୨ କ୍ୟାବିନକୁ ଲାଗି ରହିଥିବା ସିଗନାଲ କ୍ୟାବିନରେ ନିଆଁ ଲାଗି ଧୂଆଁମୟ ହୋଇଯାଇଛି ପରିବେଶ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ବ୍ରିଗେଡ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛି।

ଆଜି ଦିନ ପ୍ରାୟ ୧୧ ଟା ବେଳେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି। ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଆରପିଏଫ, ଜିଆରପି, ଝାରସୁଗୁଡ଼ା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ଲାଗିଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ପୂରା ଷ୍ଟେସନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେପଟେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ବୈଦ୍ୟୁତିକ ଯୋଗାଯୋଗ ଠିକ ନହେବା ଯାଏଁ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.