ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଝାରସୁଗୁଡ଼଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଇନକ୍ବେରୀ କାଉଣ୍ଟର, ଷ୍ଟେସନ ମ୍ୟାନେଜର-୨ କ୍ୟାବିନକୁ ଲାଗି ରହିଥିବା ସିଗନାଲ କ୍ୟାବିନରେ ନିଆଁ ଲାଗି ଧୂଆଁମୟ ହୋଇଯାଇଛି ପରିବେଶ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ବ୍ରିଗେଡ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛି।

ଆଜି ଦିନ ପ୍ରାୟ ୧୧ ଟା ବେଳେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି। ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଆରପିଏଫ, ଜିଆରପି, ଝାରସୁଗୁଡ଼ା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ଲାଗିଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ପୂରା ଷ୍ଟେସନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେପଟେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ବୈଦ୍ୟୁତିକ ଯୋଗାଯୋଗ ଠିକ ନହେବା ଯାଏଁ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.