ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଦୁର୍ଦ୍ଧାନ୍ତ ମାଓବାଦୀ ନିହତ

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଜଣ ଦୁର୍ଦ୍ଧାନ୍ତ ମାଓବାଦୀ। ନିହତ ମାଓବାଦୀଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି।

ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ପାଲଟା ଜବବାରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ରକେଟ ଲଞ୍ଚର, ଗ୍ରେନେଡ଼ ସମେତ ଘଟଣାସ୍ଥଳରୁ ଏକେ୪୭, ଆଇଏନଏସଏଏସ ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ।

Leave A Reply

Your email address will not be published.