ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ

0

ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି : ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ

ଭୁବନେଶ୍ବର: ଓଡ଼ିଆରେ ହେବ ସବୁ ସରକାରୀ କାର୍ଯ୍ୟ। ସମୟ ଅବଧି ମଧ୍ୟରେ ସରିବ ପ୍ରକଳ୍ପ କାର୍ଯ୍ୟ। ନିୟମିତି ନିଯୁକ୍ତି ସହ ମିଳିବ ପଦୋନ୍ନତି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି। ଏଥିସହ ନାମ ଫଳକ ମଧ୍ୟ ଓଡିଆରେ ଲେଖା ହେବ।

ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ବିଭିନ୍ନ ବିଭାଗ ଇଂରାଜୀରେ ଚିଠି କରୁଥିଲେ। ସରକାରଙ୍କ ନିଷ୍ପତ୍ତିକୁ ମାନୁନଥିଲେ। ଏସବୁ ଭିତରେ ନିର୍ମାଣ ବିଭାଗ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପାଦ ଆଗକୁ ବଢାଇଛି। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ ବିଭାଗର ଏହି ସମୀକ୍ଷା ବୈଠକରେ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି। ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା ହୋଇଥିବା ବେଳେ ଅନ୍‌ଲାଇନ୍‌ ମାଧ୍ୟମରେ ସରକାରୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.